ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହ କୁଆପଥରମାଡ ସମ୍ଭାବନା ! ସତର୍କ ରହିବା ପାଇଁ ପାଣିପାଗ କାର୍ଯାଳୟ ପକ୍ଷରୁ ସୂଚନା

Advertisment
ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା : ଚାଷ ଉପରେ ପ୍ରଭାବ ପକାଇପାରେ ଦୁର୍ବଳ ମୌସୁମୀ

image courtesy-http://www.odishanewsinsight.com

କନକ ବ୍ୟୁରୋ : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ ଭାବେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ କୁଆପଥରମାଡ ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ତଥା ବଜ୍ରପାତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

publive-image

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହିସବୁ ଜିଲ୍ଲାରେ କୁଆପଥର ମାଡ଼, ଝଡ଼ତୋଫାନ ଓ ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି । ଏଣୁ ଏହି ସମୟରେ ବାହାରକୁ ନଯିବା ପୂର୍ବରୁ ସତର୍କ ରହିବା ପାଇଁ ପାଣିପାଗ କାର୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱର ସମେତ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ପୂର୍ବାହ୍ନରୁ ଖରା ଓ ଅସହ୍ୟ ଗରମ ଅନୁଭୂତ ହୋଇଛି । ତେବେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ହେଲେ ଗରମରୁ ସାମନ୍ୟ ତ୍ରାହି ମିଳି ପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe