ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : ୨୭ରୁ ବଦଳିବ ପାଗ, ୧୮ଟି ଜିଲ୍ଲାରେ ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

1,557

କନକ ବ୍ୟୁରୋ : ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସକାଳ ୮ଟା ୩୦ ସୁଦ୍ଧା ସୋନପୁରରେ ସର୍ବାଧିକ ୫୭ ଦଶମିକ ୮ ମିଲିମିଟର ବର୍ଷା ହୋଇଛି । ଏଭଳି ସ୍ଥିତି ୨ଦିନ ଲାଗି ରହିବ । ଏବଂ ୨୭ରୁ ପାଗ ବଦଳିବ । ୧୮ଟି ଜିଲ୍ଲାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୁନ୍ଦରଗଡ,ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡରେ ବର୍ଷା ହେବ । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଝଡବର୍ଷାକୁ ଆଖିରେ ରଖି ଆଜି ଓ ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କେତକ ସ୍ଥାନରେ ଘନ କୁହୁଡି ଲାଗି ରହିବ । ଘନ କୁହୁଡି ଯୋଗୁଁ ଗମନାଗମନରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।