ଚାଷୀଙ୍କ ପାଇଁ ଖୁସି ଖବର । ୧୯୬ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା । ବର୍ଷା ଅଭାବ ନେଇ ଆଶଙ୍କା ନଥିବା କହିଲେ ରାଜସ୍ୱ ମନ୍ତ୍ରୀ । ଆଗକୁ ଆଉ ଏକ ଲଘୁଚାପ ଆସୁଥିବା ସୂଚନା

Advertisment
ଚାଷୀଙ୍କ ପାଇଁ ଖୁସି ଖବର । ୧୯୬ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା । ବର୍ଷା ଅଭାବ ନେଇ ଆଶଙ୍କା ନଥିବା କହିଲେ ରାଜସ୍ୱ ମନ୍ତ୍ରୀ । ଆଗକୁ ଆଉ ଏକ ଲଘୁଚାପ ଆସୁଥିବା ସୂଚନା

କନକ ବ୍ୟୁରୋ : ଚାଷ ସମୟରେ ଚାଷୀଙ୍କ ପାଇଁ ଖୁସି ଖବର । ଗତ ଦୁଇରୁ ତିନି ଦିନ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇଛି । ୧୯୬ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ଯାହା ଚାଷ ପାଇଁ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ସେ କହିଛନ୍ତି, ଗଜପତି, ନୂଆପଡା ଓ ରାୟଗଡାରେ କମ ବର୍ଷା ହୋଇଛି । ହେଲେ ବର୍ତମାନ ବର୍ଷା ଅଭାବ ନେଇ ଆଶଙ୍କା ନାହିଁ । ଆଗକୁ ଆଉ ଏକ ଲଘୁଚାପ ଆସୁଛି । ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେଉଁଠି ବର୍ଷା ଜନିତ ସମସ୍ୟା ଉପୁଜିଲା , ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ଏସଆରସି ଦୁଇଥର ଜିଲ୍ଲାପାଳଙ୍କୁ ଚିଠି କରିସାରିଛନ୍ତି ।

ଓଡ଼ିଶା ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବାରୁ ଗୁରୁବାର ପୂର୍ବାହ୍ନ ସୁଦ୍ଧା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ତଳିଆ ଅଞ୍ଚଳର ବର୍ଷା ଜଳ ଜମିବାର ଆଶଙ୍କା ରହିଛି। ପରିସ୍ଥିତିରେ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହ ସମ୍ଭାବ୍ୟ ଜଳବନ୍ଦୀ ସମସ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ କଳାହାଣ୍ଡି, ନବରଙ୍ଗପୁର, କଟକ, ଢେଙ୍କାନାଳ, ଖୋର୍ଧା, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe