କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶରୁ ତାମିଲନାଡୁ ଯାଏଁ ରହିଛି ଟ୍ରପଲାଇନ । ଏହାର ପ୍ରଭାବରେ ଆଜି ସକାଳୁ ସକାଳୁ ପାଗରେ ବଡ ଧରଣର ପରିବର୍ତ୍ତନ ଆସିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବାଧିକ ୫୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । କଟକରେ ୬.୮ ଓ ଭୁବନେଶ୍ୱରରେ ୩.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଆସନ୍ତା ୪୮ ଘଂଟା ଯାଏଁ ଏଭଳି ପାଗ ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆଜି ସୁନ୍ଦରଗଡ, ମୟୂରଭଂଜ, ଦେବଗଡ ଓ କେନ୍ଦୁଝରରେ ଅଧିକ ବର୍ଷା ହେବ । ରାଜ୍ୟର କିଛି ସ୍ଥାନରେ ଝଡବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିପାରେ । ୯ ତାରିଖରୁ ଏହି ପାଗରେ ପରିବର୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/RAIN-2-2-750x430.jpg)