କନକ ବ୍ୟୁରୋ : ଜୁଲାଇ ୬ରେ ପୁଣି ଲେଉଟିବ ମୌସୁମୀ ବର୍ଷା । ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦୁଇ ଦିନ ଧରି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ଏହାପରେ ପାଗରେ ପରିବର୍ତନ ଆସିପାରେ । ତେବେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଉତ୍ତରପଶ୍ଚିମ ରାଜସ୍ଥାନରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ୱେଲ୍ ମାର୍କଡ୍ ଲୋ’ ପ୍ରେସର୍ ସୃଷ୍ଟି ହୋଇଛି । ଏହାର କେନ୍ଦ୍ରସ୍ଥଳ ଉତ୍ତର ଉତ୍ତରପ୍ରଦେଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ଉତ୍ତର ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚମବଙ୍ଗ ରହିଛି । ତାହାର ପ୍ରଭାବ ଉତ୍ତର ଓ ପଶ୍ଚିମ ଓଡ଼ିଶା ଉପରେ ପଡ଼ିବ । ଏହାର ଅନ୍ୟ ଏକ ବ୍ରାଞ୍ଚ ପଶ୍ଚିମବଙ୍ଗଠାରୁ ବାଂଲାଦେଶ, ଆସାମ ଦେଇ ମେଘାଳୟ ପର୍ଯ୍ୟନ୍ତ ରହିଛି । ପ୍ରଭାବରେ ଉକ୍ତ ରାଜ୍ୟଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ୬ରୁ ୮ ତାରିଖ ମଧ୍ୟରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକିମ୍, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେବେ ୮ ତାରିଖ ଯାଏଁ ଓଡ଼ିଶାରେ ବଡ଼ ବର୍ଷା ନ ଥିବା ବିଭାଗ ସ୍ପଷ୍ଟ କରିଛି ।