କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱରରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ବାଲେଶ୍ୱର ସହରର ନୂଆସାହି ଜଳାର୍ଣ୍ଣବ ହୋଇଯାଇଛି । ରାସ୍ତା ଉପରେ ଜଂଘେ ଲେଖାଏଁ ପାଣି ଜମି ରହିଛି । ଦୋକାନ ଗୁଡିକର ଅଧା ସଟର ପାଣିରେ ବୁଡିକି ରହିଛି । ଫଳରେ ଲୋକଙ୍କ ଗମନାଗମନ ବିଶେଷ ଭାବେ ପ୍ରଭାବିତ ହୋଇଛି ।
ଲଘୁଚାପ ପ୍ରଭାବରେ ମୟୁରଭଂଜ ଜିଲ୍ଲାରେ ମଧ୍ୟ ବର୍ଷା ଜାରି ରହିଛି । ଲଗତାର ବର୍ଷା ଯୋଗୁଁ ଉଦଳାରେ ଦେଓନଦୀରେ ଜଳସ୍ତର ବଢିଛି । ଉଦଳା ସୁନାପାଳ ଛକ ନିକଟରେ ଥିବା ଦେଓନଦୀ ଅସ୍ଥାୟୀ ପୋଲ ଉପରେ ୪ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ଉଦଳା ବାରିପଦା ୧୯ନମ୍ବର ରାଜ୍ୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ସେପଟେ ପୁରୀରେ ମଧ୍ୟ ବର୍ଷୁଛି । ଗତକାଲି ଠାରୁ ବର୍ଷା ଲାଗି ରହିଛି । ଆଜି ସକାଳୁ ପ୍ରବଳ ମାତ୍ରାରେ ବର୍ଷା ହେଉଛି । ଫଳରେ ସହରରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି । ଏବେ ବି ବଡଦାଣ୍ଡରେ ବର୍ଷା ପାଣି ଜମି ରହିଛି । ପବିତ୍ର କର୍ତିକରେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥିବା ବେଳେ ବର୍ଷା ଯୋଗୁଁ ସେମାନଙ୍କୁ ବାହାରକୁ ଛଡା ଯାଉନାହିଁ । ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-20-at-11.02.16-AM.png)