କନକ ବ୍ୟୁରୋ : ଆସନ୍ତା ତିନିଦିନ ଧରି କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଆସନ୍ତାକାଲି ମାଲକାନଗିରି ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ସେହିପରି ୨୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ ଓ ଗଞ୍ଜାମ ଆଦି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ ଏନେଇ ସତର୍କ ସୂଚନା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ।
/kanak/media/post_attachments/wp-content/uploads/2019/03/rain1jpg-300x169.jpg)
ସେହିପରି ୨୮ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀକୁ ଛାଡ଼ି ଦେଲେ ଅନ୍ୟ ସମସ୍ତସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୯କୁ ଛାଡ଼ି ଦେଲେ ୩୦ରେ ପୁଣି ୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ଜିଲ୍ଲା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ରହିଛି । ଆଜି ଓଡ଼ିଶାର ମାଲକାନଗିରିିରେ ସର୍ବାଧିକ ତାପମାତ୍ରା ୪୦.୦ ଡିଗ୍ରି ସେଲସିୟସ୍ ଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ ୧୬.୮ ଡିଗ୍ରି ସେଲସିୟସ୍ ତାପମାତ୍ରା ରହିଛି ।