ଅସରାଏ ବର୍ଷାରେ ବେହାଲ ରାଜଧାନୀ !

Advertisment
ଅସରାଏ ବର୍ଷାରେ ବେହାଲ ରାଜଧାନୀ !

କନକ ବ୍ୟୁରୋ : ଅସରାଏ ବର୍ଷାରେ ପୁଣି ବେହାଲ ରାଜଧାନୀ । ରାଜରାସ୍ତା ଉପରେ ଜମିରହିଲା ପାଣି । ଆଜି ସକାଳେ ଅଳ୍ପ ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ଜାଗାରେ ପାଣି ଜମା ହୋଇଥିବାବେଳେ, ଜୟଦେବ ବିହାର ଓଭର ବ୍ରିଜ ତଳେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ପାଣି ଭିତରେ ପଶି କାର ଓ ବାଇକ ଆରୋହୀମାନେ ଯାତାdତ କରୁଛନ୍ତି । ବାରମ୍ବାର ଏପରି ହେଉଥିବା ସତ୍ୱେ ସ୍ମାର୍ଟ ସିଟିର ଚେହେରା ବଦଳି ପାରୁନି । ଅଳ୍ପ ବର୍ଷାରେ ହିିଁ ରାଜଧାନୀ ବାସୀ ହନ୍ତସନ୍ତ ହେଉଛନ୍ତି । ବାହାରକୁ ବାହରିବା ମୁସ୍କିଲ ହୋଇପଡୁଛି । କିନ୍ତୁ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe