ଜୁନ ୧ ରୁ ଗଡ଼ିବ ୨୦୦ଟି ନନ୍ ଏସି ଟ୍ରେନ୍ । ଆଜିଠାରୁ ଅନଲାଇନରେ ହେବ ଟିକେଟ ବୁକିଂ । ସେପଟେ ମେ ୨୫ରୁ ଆରମ୍ଭ ହେବ ଯାତ୍ରୀବାହୀ ବିମାନ ଉଡାଣ
କନକ ବ୍ୟୁରୋ : ଜୁନ ୧ ତାରିଖରୁ ଗଡ଼ିବ ୨୦୦ଟି ନନ୍ ଏସି ଟ୍ରେନ୍ । ଆଉ ସେଥିପାଇଁ ଆଜିିଠାରୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହେବ । ଆଇଆରସିଟିସି ୱେବସାଇଟ୍ ଓ ମୋବାଇଲ୍ ଆପ୍ରେ ଟିକେଟ୍ ବୁକିଂ କରିପାରିବେ ଯାତ୍ରୀ । ଏବେ କେବଳ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲିଛି । ମେ’ ୩୧ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ଜୁନ ୧ ଚାଲିବ ୨୦୦ ନନ୍ ଏସି ଟ୍ରେନ୍ । କେଉଁ ଟ୍ରେନ୍ କେଉଁ ରୁଟ୍ରେ ଚଳାଚଳ କରିବ, ଏ ନେଇ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିଛି ରେଳବାଇ । ସେଥି ମଧ୍ୟରେ ରହିଛି ମୁମ୍ବାଇରୁ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସ, ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ୍, ସିଆଳଦା – ପୁରୀ ଦୂରନ୍ତ ଏକ୍ସପ୍ରେସ । ଏହାଛଡ଼ା ଆଉ କିଛି ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ଓଡ଼ିଶା ଦେଇ ଗତି କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
କରୋନା କଟକଣା ଭିତରେ ବନ୍ଦ ରହିଥିବା ଯାତ୍ରୀବାହୀ ବିମାନର ଉଡାଣା ଆସନ୍ତା ମେ ୨୫ରୁ ପୁଣି ଆରମ୍ଭ ହେବ । ସୋମବାରରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ସୂଚନା ଦେଇଛନ୍ତି । ଟୁଇଟ୍ କରି କହିଛନ୍ତି, ସମସ୍ତ ବିମାନବନ୍ଦର ଏବଂ ବିମାନ ପରିବହିନକାରୀ ସଂସ୍ଥାଙ୍କୁ ମେ ୨୫ରୁ ବିମାନ ଚଳାଚଳ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯାତ୍ରୀମାନଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ ସମ୍ପୃକ୍ତ ସଂସ୍ଥାଙ୍କୁ ମନ୍ତ୍ରାଳୟ ପକ୍ଷରୁ ପୃଥକ ଭାବରେ ଏସଓପି ପ୍ରଦାନ କରାଯିବ ।
ଏବଂ ସାମାଜିକ ଦୂରତା ନିୟମ ଓ ଅନ୍ୟ କେତେକ ଜରୁରୀ ନିୟମ ମାନେ ବିମାନରେ ଯାତ୍ରୀମାନେ ଯାତ୍ରା କରିବେ । ତେବେ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କିମ୍ବା କେନ୍ଦ୍ରର ନିଷ୍ପତି ନେବାକୁ ହେଲେ ରାଜ୍ୟ ସରକାରଙ୍କ ସହ ପରାମର୍ଶ ନେବାକୁ ପଡିବ ବୋଲି ସେ କହିଛନ୍ତି । କରୋନା ମୁକାବିଲା ପାଇଁ ପ୍ରାୟ ୨ମାସ ହେବ ଯାତ୍ରୀବାହୀ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା । ହେଲେ ଜରୁରୀକାଳିନ ବିମାନ ଉଡାଣ ଚାଲୁ ରହିଥିଲା ।