ଆଇଆରସିଟିସିର ନୂଆ ନାମ ଚୟନ ପାଇଁ ଚାଲିଛି ପ୍ରତିଯୋଗିତା ! ଆପଣ ବି ଭାଗନିଅନ୍ତୁ ଓ ଆକର୍ଷଣୀୟ ପୁରସ୍କାର ରାଶି ଜିତନ୍ତୁ

53

କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ । ସରକାରଙ୍କ ଜରିଆରେ ଆପଣ ଅତି ସହଜରେ ଲକ୍ଷେ ଟଙ୍କାର ମାଲିକ ହୋଇପାରିବେ । କେବଳ ଜଣେ ବ୍ୟକ୍ତି ହିଁ ଏହାର ଭାଗ୍ୟଶାଳୀ ବିଜେତା ହୋଇପାରିବେ । ଦୁଇ ମାସ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଯେଉଁଥିରେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନର ନାମ ପରିବର୍ତ୍ତନ ପାଇଁ ଲୋକଙ୍କଠାରୁ ପରମର୍ଶ ତଥା ମତାମତ ମଗାଯାଇଥିଲା । ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଆଇଆରସିଟିସି ପରିବର୍ତ୍ତେ ଏକ କ୍ଷୁଦ୍ର , କହିବାକୁ ସହଜ ଲାଗିବା ଭଳି ଏବଂ ମନେ ରହିବା ଭଳି ନାମ ଚାହୁଁଛନ୍ତି । ରେଳମନ୍ତ୍ରାଳୟ ତରଫରୁ ଏ ସଂପର୍କରେ ଲୋକଙ୍କଠାରୁ ନାମ ମାଗିଛନ୍ତି । ଯେଉଁଥିରେ ଆଗାମୀ ୨ ମାସରେ ବିଜେତା ଚୟନ କରାଯିବ ଏବଂ ତାଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ରେଳ ମନ୍ତ୍ରାଳୟ ଆଇଆରସିଟିସିର ନାଁ ପରିବର୍ତ୍ତନ ପାଇଁ ‘କଏନ ଏ ନ୍ୟୁ ନେମ’ ନାମକ ଏକ ପ୍ରତିଯୋଗିତା ଆୟୋଜନ କରିଥିଲା । ପାଖାପାଖି ୧୮୫୨ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆଇଆରସିଟିସିର ଏକ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୭୦୦ ନାଁ ଚୟନ କରାଯାଇଛି । ଏହି ତାଲିକା ଏବେ ଦ୍ୱିତୀୟ ପର୍ଯ୍ୟାୟକୁ ପଠାଯାଇଛି, ଯେଉଁଥିରୁ ଗୋଟିଏ ତଥା ସବୁଠାରୁ ଭଲ ନାଁଟିକୁ ଚୟନ କରାଯିବ ଏବଂ ତାଙ୍କୁ ରେଳ ମନ୍ତ୍ରାଳୟ ତରଫରୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

ରେଳମନ୍ତ୍ରୀ ପିୟୁଷ ଗୋଏଲ ଆଇଆରସିଟିସିର ନାମକୁ ପରିବର୍ତ୍ତନ କରି ଏକ ଆକର୍ଷକ ନାମ ରଖିବା ପାଇଁ ଚିନ୍ତା କରୁଛନ୍ତି । ମନ୍ତ୍ରୀଙ୍କ କହିବାନୁସାରେ, କେବେ କେବେ ଏହାକୁ ମନେ ରଖିବା କଷ୍ଟକର ହୋଇଥାଏ । ଏହା ସ୍ଥାନରେ ଏମିତି କିଛି ନାମ ରହିବା ଉଚିତ ଯାହାକୁ ମନେ ରଖିବା ସହଜ ହେବ ଓ ଇଣ୍ଟରନେଟ ବ୍ରାଉଜିଂ କରିବା ସମୟରେ ଭୁଲିବେ ନାହିଁ । ରେଳ ବିଭାଗ ଏଥିପାଇଁ କିଛି ପ୍ରସ୍ତାବ ମଧ୍ୟ ଦେଇଛି । ଅଧିକାରୀମାନଙ୍କ ମଧ୍ୟରୁ ଜଣେ ସମ୍ଭାବିତ ନାମ ଭାବେ ରେଳଟ୍ରେବଲର ପ୍ରସ୍ତାବ ଦେଇଛନ୍ତି ।

ଅନ୍ୟପକ୍ଷରେ କହିବାକୁ ଗଲେ ଆଇଆରସିଟିସିର ଏକ ବଡ଼ ଇ-କମର୍ସ ପ୍ଲେୟର ରହିଛି । ଆଇଆରସିଟିସ ୱେବସାଇଟରୁ ପ୍ରତିଦିନ ପାଖାପାଖି ୫,୭୩, ୦୦୦ ଟିକେଟ ବୁକ୍‌ କରାଯାଇଥାଏ । ଏହା ଭାରତୀୟ ରେଲେଓ୍‌ର କଞ୍ଜୁମର ଫେସ୍‌ ଟିକେଟ ବ୍ୟତୀତ ଏଥିରେ ଅନ୍‌-ଓ୍‌ାର୍ଡ ଖାଦ୍ୟପାନୀୟ ଓ ଡ୍ରିଙ୍କିଙ୍ଗ୍‌ ୱାଟର ବୋତଲର ବ୍ୟବସାୟ ରହିଛି । ଏହାର ୩ କୋଟିରୁ ଅଧିକ ରୋଜିଷ୍ଟର୍ଡ ବ୍ୟବହାରକାରୀ ଅଛନ୍ତି ।

ଏଠାରେ କହି ରଖୁଛି କି, ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍‌ କପରେସନ୍‌ (ଆଇଆର୍ସିଟିସି) ଏକ ଅଫର ନେଇ ଆସିଛି ଯାହାକି ଟିକେଟ ଉପରେ ରିହାତ ପ୍ରଦାନ କରୁଛି । ଏହି ଅଫର ଜରିଆରେ ଆଇଆରସିଟିସି ଆପ୍ରେ ଟିକେଟ କାଟିଲେ ଆପଣଙ୍କୁ ୨୦ ପ୍ରତିଶତ ରିହାତି ସହିତ ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ । ଏହି ଟିକେଟ କେବଳ ଦୁଇଟି ପେମେଣ୍ଟ ଅପସନରେ ମିଳିବ ।

ଆଇଆରସିଟିସି  ୱେବସାଇଟ irctc.co.in କିମ୍ବା ତାହାର ଆପରେ ଟିକେଟ ବୁକ୍‌ କରିବା ପରେ ପେଟିଏମ୍‌ ଓ ମୋବିଉଇକ୍ରୁ ପେମେଣ୍ଟ କରିବା ଦ୍ୱାରା ଯାତ୍ରୀଙ୍କୁ ଏହି ରିହାତି ମିଳିବ । ଆଇଆରସିଟିସିରେ ମୋବିଉଇକରେ ଆପରେ ଟଙ୍କା ପୈଠ କରିବା ଦ୍ୱାରା ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ । ସେହିପରି ପେଟିଏମ୍‌, ଫ୍ଲିପ୍‌କାର୍ଟ ଫୋନେ୍‌ପ ଜରିଆରେ ପୈଠ କଲେ ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ ।