କନକ ବ୍ୟୁରୋ : କୋଭିଡ୍-୧୯ର ମୁକାବିଲା ପାଇଁ ଭାରତୀୟ ରେଳପଥ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତିରିକ୍ତ ସହାୟତା ଯୋଗାଇ ଦେଉଛି। ଆବଶ୍ୟକତା ଅନୁସାରେ ରେଳବାଇ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ କରି ରଖିବା ସହ ଜରୁରୀ ହସ୍ପିଟାଲ ଶଯ୍ୟା ନିର୍ମାଣ, ଆବଶ୍ୟକତା ଅନୁସାରେ ଅତିରିକ୍ତ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ନିଯୁକ୍ତି, ଯାତ୍ରୀବାହୀ କୋଚ୍ଗୁଡ଼ିକୁ ଆଇସୋଲେସନ୍ କେନ୍ଦ୍ରରେ ପରିଣତ କରିବା, ଡାକ୍ତରୀ ସରଞ୍ଜାମର ଉପଲବ୍ଧତା ବୃଦ୍ଧି ପାଇଁ ନିଜସ୍ୱ ସୁବିଧା ଅନୁସାରେ ପିପିଇ ଓ ଭେଣ୍ଟିଲେଟର୍ ଆଦି ଉତ୍ପାଦନ କରାଯାଉଛି ।
ଭାରତୀୟ ରେଳପଥ ଶୃଙ୍ଖଳରେ ସାରା ଦେଶରେ ୫୮୬ଟି ସ୍ୱାସ୍ଥ୍ୟ ୟୁନିଟ୍, ୪୫ଟି ଉପଖଣ୍ଡ ସ୍ତରୀୟ ହସ୍ପିଟାଲ, ୫୬ଟି ଡିଭିଜନାଲ ହସ୍ପିଟାଲ, ୮ଟି ଉତ୍ପାଦନ ୟୁନିଟ୍ ହସ୍ପିଟାଲ ଓ ୧୬ଟି ଜୋନାଲ ହସ୍ପିଟାଲ ରହିଛି । ଏକ ଗୁରୁତ୍ୱପୂର୍ଣ୍ଣ ଅଂଶସ୍ୱରୂପ ଏହି ସମସ୍ତ ସୁବିଧା ସୁଯୋଗକୁ କରୋନା ଭୂତାଣୁ ମୁକାବିଲା ପାଇଁ ଉତ୍ସର୍ଗ କରାଯାଇଛି । ମୋଟ ୨୫୪୬ଜଣ ଡାକ୍ତର, ୩୫ ହଜାର ୧୫୩ ଜଣ ପାରାମେଡିକାଲ ଷ୍ଟାଫ୍ଙ୍କ ସମେତ ନର୍ସିଂ କର୍ମଚାରୀ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ବର୍ଗର କର୍ମଚାରୀ ପ୍ରସ୍ତୁତ ହୋଇ ରହିଛନ୍ତି। ଏକ ନୂତନ ପଦକ୍ଷେପ ସ୍ୱରୂପ ବର୍ତ୍ତମାନ ଭାରତୀୟ ରେଳପଥର ସ୍ୱାସ୍ଥ୍ୟ ସେବା ସାରା ଦେଶର ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେଉଛି। ଏହି ସେବା ପ୍ରାଥମିକ, ମାଧ୍ୟମିକ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ କେତେକ ବିଶେଷତ୍ୱ ସହ ଯୋଗାଇ ଦିଆଯାଉଛି ।
୧୧ ହଜାର କ୍ୱାରାଣ୍ଟିନ୍ ଶଯ୍ୟା ଉପଲବ୍ଧ ହେଉଛି। ପର୍ଯ୍ୟାପ୍ତ ପରିମାଣର ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ଭେଣ୍ଟିଲେଟର୍ ଉପଲବ୍ଧ କରାଯାଇଛି। ଆବଶ୍ୟକ ଅନୁସାରେ ରେଳବାଇ ଜୋନ୍ ଓ ଉତ୍ପାଦନ ୟୁନିଟ୍ ପକ୍ଷରୁ ଭେଣ୍ଟିଲେଟର୍, ପିପିଇ ଏବଂ ଡାକ୍ତରୀ ସରଞ୍ଜାମ ଉତ୍ପାଦନ ଆରମ୍ଭ ହୋଇଛି। ଭାରତୀୟ ରେଳପଥ ନିଜସ୍ୱ ଉତ୍ପାଦନ କ୍ଷମତା ଅନୁସାରେ ବର୍ତ୍ତମାନ ଦୈନିକ ପ୍ରାୟ ଏକ ହଜାର ପିପିଇ ଉତ୍ପାଦିତ କରୁଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ରହିଛି। ଦେଶରେ ଥିବା ରେଳବାଇ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ପରିଚୟପତ୍ର ଦେଖାଇ କେନ୍ଦ୍ର ସରକାରୀ କର୍ମଚାରୀମାନେ ସ୍ୱାସ୍ଥ୍ୟସେବା ପାଇ ପାରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/doctor.jpg)