ରେଲୱେ ବଜେଟ୍ ୨୦୨୦ : ଦେଶରେ ଗଡ଼ିବ ତେଜସ୍ ପରି ଆହୁରି ଦ୍ରୁତଗାମୀ ଟ୍ରେନ୍, ରେଲୱେର ଫାଙ୍କା ଥିବା ଜମିରେ ଲାଗିବ ସୋଲାର ପ୍ୟାନେଲ

474

କନକ ବ୍ୟୁରୋ : ରେଲୱେ ବଜେଟ୍ ପାଇଁ ପେଡ଼ି ଖୋଲିଲେ ନିର୍ମଣା ସୀତାରମଣ । ୨୦୨୦-୨୧ ସାଧାରଣ ବଜେଟରେ ରେଲୱ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଣା ସୀତାରମଣ କହିଛନ୍ତି, ରେଲୱେରେ ଆୟ ବହୁତ କମ । ଆୟ ବଢ଼ାଇବା ପାଇଁ ଆବଶ୍ୟକ ସୌର ଓ ଶକ୍ତି । ଏଥିପାଇଁ ରେଲୱେର ଫାଙ୍କା ଥିବା ଜମିରେ ସୋଲାର ପ୍ୟାନେଲ ଲଗାଯିବ ।  ଦେଶରେ ତେଜସ୍ ପରି ଆଉ ଅଧିକ ଟ୍ରେନ୍ ଗଡ଼ିବ । ତେଜସ୍ ଟ୍ରେନ୍ ଜରିଆରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଯୋଡ଼ାଯିବ । ୫୫୦ ରେଲୱ୍ୱେ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ ରହିଛି ।

ସାରା ଦେଶରେ ମାନବ ରହିବ ରେଲୱେ କ୍ରସିଂ ଶେଷ କରିଦିଆଯାଇଛି । ଷ୍ଟେସନ୍ ଗୁଡ଼ିକର ଉନ୍ନତୀକରଣ ଉପରେ ଅଧିକ ଧ୍ୟାନ ଦିଆଯିବ । ୧୧ ହଜାର କିମି ଟ୍ରାକର ବିଦ୍ୟୁତୀକରଣ ବ୍ୟବସ୍ଥା କରାଯିବ । ସୋଲାର ପାୱାର ଗ୍ରିଡ଼ ରେଳ ଧାରଣା କୋଣରେ ତିଆରି କରିବା ପାଇଁ ଯୋଜନା ହୋଇଛି । ୧୪୮ କମି ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ୍ ସିଷ୍ଟମ୍ ତିଆରି ହେବ । ଆଉ ଏଥିରେ ପାଖାପାଖି ୧୮ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ୨୫ ପ୍ରତିଶତ ବ୍ୟବରାଦ କରବେ କେନ୍ଦ୍ର ସରକାର ।