ଜୁଆ ଆଡ୍ଡାରେ ଚଢ଼ାଉ : ୨. ୫ ଲକ୍ଷ ଟଙ୍କା ଜବତ, ୭ ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ : ୨. ୫ ଲକ୍ଷ ଟଙ୍କା ଜବତ, ୭ ଗିରଫ

http://sambad.in/

କନକ ବ୍ୟୁରୋ : ଜୁଆ ଆଡ୍ଡାରେ ଚଢ଼ାଉ । ଗତକାଲି  ସନ୍ଧ୍ୟାରେ ଜୟପୁର ଏସ୍‌ଡିପିଓ ଜି. ବରୁଣ ଏବଂ ଏସ୍‌ଆଇ ଏମ୍‌ଡି ନାୟକ ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ଜୁଆ ଆଡ୍ଡାରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରି ନଗଦ ୨, ୪୫, ୧୨୦ ଟଙ୍କା ଜବତ କରିଛନ୍ତି । ଅଭିଯୁକ୍ତମାନେ ଡମପୁଟ ଠାରେ ଜୁଆ ଖେଳୁଥିବା ଅବସ୍ଥାରେ ପୁଲିସ ହାତରେ ଧରାପଡ଼ିଛନ୍ତି ।

ନଗଦ ଅର୍ଥ ବ୍ୟତୀତ ପୁଲିସ ଘଟଣାସ୍ଥଳରୁ CG 04LZ4447 ଏବଂ OD 10C 1144 ନମ୍ବରବିଶିଷ୍ଟ ଦୁଇଟି କାର୍‌, OD 10 0700 ନମ୍ବର ଥିବା ଗୋଟାଏ ମଟରସାଇକେଲ୍‌, ବିଭିନ୍ନ କମ୍ପାନି ନିର୍ମିତ ୯ଟି ମୋବାଇଲ୍‌ ଫୋନ୍‌, ୭ ମୁଠା ତାସ୍‌ ପ୍ୟାକେଟ୍‌, ୩ଟି ମହମବତି, ଗୋଟାଏ ମସିଣା ଏବଂ ଦୁଇ ବାକ୍ସ ଦିଆଶିଲି କାଠି ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe