ଖାସ୍ ଏଥିପାଇଁ ରାହୁଲଙ୍କ ନାଁ ଆସୁ ଗିନିଜ୍ ବୁକରେ !

39

ୟୁପିରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ରାହୁଲଙ୍କ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ଉଠିଛି ପ୍ରଶ୍ନ । ନିଜ ରାଜନୈତିକ କ୍ୟାରିୟରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛନ୍ତି । ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଜିତିବାରେ ଅସମର୍ଥ ହେଉଥିବା ବେଳେ ସର୍ବ ପୁରାତନ ରାଜନୈତିକ ଦଳ ଧୀରେ ଧୀରେ ତାର ଚମକ ହରାଉଛି ।ଯେତେବେଳେ କଂଗ୍ରେସକୁ ନେଇ ଆଲୋଚନା ହୁଏ, ସେଥିରେ ଯୋଡିହୁଏ ରାହୁଲ ଗାନ୍ଧୀଙ୍କ ନାଁ ।

ହେଲେ ଏଥର ତାଙ୍କୁ ନେଇ ଏକ ଭିନ୍ନ ଧରଣର ଚର୍ଚ୍ଚା । ମଧ୍ୟପ୍ରଦେଶରେ ଇଂଜିନିୟରିଙ୍ଗ ପଢୁଥିବା ଜଣେ ଛାତ୍ର ବିଶାଲ ଦିୱାନ୍ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ ସହ ସଂପର୍କ କରି ଦାବି କରିଛନ୍ତି, ଦେଶରେ ୨୭ରୁ ଅଧିକ ନିର୍ବାଚନ ହାରିଥିବା ଯୋଗୁଁ ରାହୁଲଙ୍କ ନାଁ ଏହି ତାଲିକାରେ ସାମିଲ କରାଯାଉ । ବିଶାଲ କହିଛନ୍ତି, ଗତ ପାଂଚ ବର୍ଷ ମଧ୍ୟରେ କଂଗ୍ରେସକୁ ଯେଉଁ ସବୁ ନିର୍ବାଚନ ହାରିଛି, ସେଥିରେ ରାହୁଲ ଗାନ୍ଧୀଙ୍କର ସକ୍ରିୟ ଭୁମିକା ରହିଛି ।

ଅର୍ଥାତ କଂଗ୍ରେସ ହାରିବା ପଛରେ ରାହୁଲ ଗାନ୍ଧୀ ହେଉଛନ୍ତି ସବୁଠାରୁ ବଡ କାରଣ । ଏନେଇ ସେ ଗିନିଜ୍ ବୁକର ପ୍ରଶାସନକୁ ଏକ ଚିଠି ଲେଖିବା ସହ ଆବଶ୍ୟକ ଅର୍ଥ ବି ପୈଠ କରିଛନ୍ତି । ଆବେଦନ ପଞ୍ଜୀକରଣ ହୋଇଥିବାର ତଥ୍ୟ ବିଶାଲଙ୍କୁ ମିଳିଛି, ଆଉ ଏବେ ଦେଖିବାର କଥା ରାହୁଲ ଗାନ୍ଧୀଙ୍କ ନାଁ ତାଲିକାରେ ହେଉଛି କି ନାହିଁ ।