କନକ ବ୍ୟୁରୋ : ରାଜନୀତିରୁ ବାଦ୍ ପଡ଼ିଲାନି ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସର ମଜାକ ଉଡ଼ାଇଲେ ରାହୁଲ ଗାନ୍ଧୀ । ଯୋଗ ଦିବସରେ ମଧ୍ୟ ପଶିଲା ରାଜନୀତି । ଗତକାଲି ପୁରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା । ମୋଦି ସରକାରଙ୍କୁ ସବୁ ସ୍ତରରେ ସମାଲୋଚନା କରିବାକୁ ସଂକଳ୍ପ କରିଥିବା ରାହୁଲ ଗାନ୍ଧିଙ୍କ ଗତକାଲି ଯୋଗ କରୁଥିବା ଯବାନ ଓ ଡଗ ସ୍କ୍ୱାର୍ଡ଼ଙ୍କ ଫଟୋ ପୋଷ୍ଟ କରି ଏକ ବିବାଦୀୟ ଟ୍ୱିଟ୍ ପୋଷ୍ଟ କରିଥଲେ । ସେହି ଟ୍ୱିଟକୁ ନେଇ ପୁଣି ଥରେ ବିବାଦ ଘେରକୁ ଆସିଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

Advertisment

ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନ ଓ ଡଗ ସ୍କ୍ୱାର୍ଡ଼ଙ୍କ ଟ୍ୱିଟ୍ କରିଛନ୍ତି ରାହୁଲ ଗାନ୍ଧି । ଫଟୋରେ ସେନା ଯବାନଙ୍କ ସହ ଯୋଗ ମୁଦ୍ରାରେ ନଜର ଆସୁଛି ଡଗ୍ ସ୍କ୍ୱାର୍ଡ । ଏଥିସହ କ୍ୟାପସନ ଦେଇଛନ୍ତି ନ୍ୟୁ ଇଣ୍ଡିଆ । ଅର୍ଥାତ ଉଭୟ ଯୋଗ ଦିବସ ଓ ମୋଦି ସରକାରଙ୍କ ନୂଆ ଭାରତ ଯୋଜନାକୁ ଅତି କଡା ଢଙ୍ଗରେ ସମାଲୋଚନା କରିବାକୁ ଯାଇ ଏଭଳି ଏକ ଟ୍ୱିଟ କରିଛନ୍ତି ରାହୁଲ ଗାନ୍ଧି । ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଫଟୋ ଓ କ୍ୟାପସନ୍ ପୋଷ୍ଟ ହେବା ପରେ ଚାରିଆଡୁ ସମାଲୋଚନା ।

ରାହୁଲ ଗାନ୍ଧି ସେନା, ଦେଶ ଓ ଯୋଗ ଦିବସକୁ ଅସମ୍ମାନ କରିଥିବା ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟମାନଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରି ଲେଖିଛନ୍ତି ଏଭଳି ଫଟୋ ପୋଷ୍ଟ କରିବା ରାହୁଲଙ୍କ ନାକାରାତ୍ମକ ମନୋଭାବକୁ ଦର୍ଶାଉଛି । କଂଗ୍ରେସ ବର୍ତମାନ ସମୟରେ ଯେଉଁ ସ୍ଥିତି ଦେଇ ଗତି କରୁଛି, କେବଳ ସକାରାତ୍ମକ ମନୋଭାବ ହିଁ ତାକୁ ରକ୍ଷା କରିପାରିବ । ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି- ସେନାକୁ ଅପମାନିତ କରୁଥିବା ବ୍ୟକ୍ତିଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ।