କନକ ବ୍ୟୁରୋ : ଆଜି ବିଦେଶ ଗସ୍ତରୁ ଫେରିବେ ରାହୁଲ ଗାନ୍ଧୀ । ବିଦେଶରୁ ଫେରିବା ପରେ ମାନହାନୀ ମାମଲାରେ ରାହୁଲ ଆଜି ଗୁଜରାଟ ସୁରଟର ଏକ କୋର୍ଟରେ ହାଜର ହେବେ । ମୋଦି ଟାଇଟେଲ ମାନହାନୀ ମାମଲାରେ ଆଜି ରାହୁଲ ଗାନ୍ଧୀ କୋର୍ଟରେ ହାଜର ହେବେ । ତେବେ ବିମାନ ବନ୍ଦରରୁ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ଆୟୋଜନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ ।
ସେ କହିଥିଲେ ଯେ, ସବୁ ଚୋରଙ୍କ ଟାଇଟେଲ କାହିଁକି ମୋଦି ଥାଏ । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଜଣେ ବିଜେପି ବିଧାୟକ ଅପରାଧିକ ମାନହାନୀ ମାମଲା ରୁଜୁ କରିଥିଲେ । ସୁରଟ ପଶ୍ଚିମ ଆସନରୁ ବିଧାୟକ ଥିବା ପୂର୍ଣ୍ଣେଶ ମୋଦି ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ମୋଦି ସମୁଦାୟକୁ ବଦନାମ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/RAHUL.jpg)