କନକ ବ୍ୟୁରୋ : ଜମ୍ମୁକାଶ୍ମୀରକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଘାଟିରୁ ଧାରା ୩୭୦ ଉଛେଦ କରାଯିବା ପରେ ମୋଦି ପ୍ରଥମ ଥର ପାଇଁ ସେ ମୋଦି ସରକାରଙ୍କ ସପକ୍ଷରେ ବାହାରିଛନ୍ତି । ରାହୁଲ ଟୁଇଟ୍ କହିଛନ୍ତି, ଜାମ୍ମୁକାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା । ସରକାରଙ୍କ କେତେକ ନିଷ୍ପତିକୁ ନେଇ ତାଙ୍କର କେତେକ ଅସହମତି ରହିଛି । ହେଲେ ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ସମେତ ଅନ୍ୟ ରାଷ୍ଟ୍ରର ଦଖଲ ଦେବାର ନାହିଁ ଅଧିକାର ନାହିଁ ।
There is violence in Jammu & Kashmir. There is violence because it is instigated and supported by Pakistan which is known to be the prime supporter of terrorism across the world.
— Rahul Gandhi (@RahulGandhi) August 28, 2019
ଦଖଲ ଦେଲେ ଏହାକୁ ବରଦାସ୍ତ କରାଯିବନି । ଏହା ସହିତ ଜାମ୍ମୁକାଶ୍ମୀରର ହେଉଥିବା ହିଂସା ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି ରାହୁଲ । କହିଛନ୍ତି ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବାରୁ ଜମ୍ମୁକାଶ୍ମୀରରେ ହିଂସା ଲାଗି ରହିଛି । ବିଶ୍ୱରେ ପାକିସ୍ତାନ ଆତଙ୍କବାଦୀଙ୍କ ମୂଳ ପ୍ରୋତ୍ସାହନକାରୀ ବୋଲି କହିଛନ୍ତି ରାହୁଲ ।
ସୂଚନାଯୋଗ୍ୟ ସୀମାରେ ଲଗାତାର ଅସ୍ତବିରତି ଉଲ୍ଲଂଘନ କରୁଛି । କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ବିଳିବିଳଉଛି ପାକିସ୍ତାନ । ଶତ୍ରୁ ଦେଶ ଲଗାତାରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି । ଗତ୧୭ ଅଗଷ୍ଟରେ ପୁଂଛ ରଜୌରୀ ସେକ୍ଟରରେ ଲଗାତାର ଗୁଳିବର୍ଷାରେ ତିନି ଜଣ ଯବାନ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ।