ରାଜନୀତିରେ ଲକଡାଉନ । ରାହୁଲ ଗାନ୍ଧୀଙ୍କ ଅଭିଯୋଗ । ଦେଶରେ ତାଲାବନ୍ଦ ପ୍ରଭାବଶୂନ୍ୟ । ୨୧ ଦିନରେ କରୋନା ହରାଇବାକୁ କହି ୬୦ ଦିନ ପରେ ବି ସୁଧୁରିଲାନି ସ୍ଥିତି ।

Advertisment
ରାଜନୀତିରେ ଲକଡାଉନ । ରାହୁଲ ଗାନ୍ଧୀଙ୍କ ଅଭିଯୋଗ ।  ଦେଶରେ ତାଲାବନ୍ଦ ପ୍ରଭାବଶୂନ୍ୟ । ୨୧ ଦିନରେ କରୋନା ହରାଇବାକୁ କହି ୬୦ ଦିନ ପରେ ବି ସୁଧୁରିଲାନି ସ୍ଥିତି ।

କନକ ବ୍ୟୁରୋ : ରାଜନୀତିରେ ଲକଡାଉନ । ଦେଶରେ ତାଲାବନ୍ଦ ପ୍ରଭାବଶୂନ୍ୟ ବୋଲି କହିଲେ ରାହୁଲ ଗାନ୍ଧୀ । ସାମ୍ବାଦିକ ସମ୍ମିଳନୀ କରି ମୋଦିିି ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ଲକଡାଉନ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ୨୧ ଦିନରେ କରୋନା ହରାଇବାକୁ କହି ୬୦ ଦିନ ବିତିଗଲା ହେଲେ କରୋନାକୁ ହରାଇପାରିଲେନି ପ୍ରଧାନମନ୍ତ୍ରୀ ।

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ତାଲାବନ୍ଦ କଟକଣାକୁ କୋହଳ କରାଯାଉଛି । ଦେଶରେ ଲକ୍ ଡ଼ାଉନ ଫେଲ ମାରିଛି । ୪ଟି ପର୍ଯ୍ୟାୟରେ ଦେଶରେ ତାଲାବନ୍ଦ ଡ଼ାକାରା ଦେଇଛନ୍ତି ମୋଦିିି ହେଲେ କୌଣସି ଫାଇଦା ମିଳିନଥିବା ଗଣମାଧ୍ୟମରେ ସୂଚନା ଦେଇଛନ୍ତି ରାହୁଲ । ଏବେ ସରକାର ଦେଶ ପାଇଁ ଆଗକୁ କ’ଣ ଚିନ୍ତା କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ରାହୁଲ ପଚାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିିି ଗରୀବଙ୍କ ପାଇଁ, କୃଷକମାନଙ୍କ ପାଇଁ କଣ କରୁଛନ୍ତି ତାହା ଉତ୍ତର ଦେବା ଉଚିତ୍। କଂଗ୍ରେସ ନେତା କହିଛନ୍ତି ଯେ ସରକାର ସତ୍ୟକୁ ଗ୍ରହଣ କରିବା ଉଚିତ, କାରଣ ୨୧ ଦିନରେ ସବୁକିଛି ଠିକ୍ ହେବ କହିଥିଲେ କିନ୍ତୁ ୬୦ ଦିନ ଗଲାଣି କୌଣସି ପରିବର୍ତ୍ତନ ହୋଇନାହିଁ । କଂଗ୍ରେସ ଶାସିତ ରାଜ୍ୟଗୁଡିକ ବିଷୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମ ସରକାର ଗରିବ ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। କିନ୍ତୁ କେତେବେଳ ଯାଏଁ ରାଜ୍ୟ ଏକାକୀ ଯୁଦ୍ଧ କରିବ। କେନ୍ଦ୍ର ସରକାରଙ୍କୁ ଆଗକୁ ଆସି ରଣନୀତି ବିଷୟରେ ଦେଶ ସହ କଥା ହେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe