କୈଳାସ ମାନସରୋବର ଯାତ୍ରାକୁ ନେଇ ଚର୍ଚ୍ଚାରେ କଂଗ୍ରେସ ଅଧ୍ୟକ୍ଷ : ହିମାଳୟ ପାଦଦେଶରୁ ଟ୍ୱିଟରରେ ସେୟାର କରୁଛନ୍ତି ଯାତ୍ରା ସମୟର ଫଟୋ

46

କନକ ବ୍ୟୁରୋ : କୈଳାସ ମାନସରୋବର ଯାତ୍ରାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ନିଜ ଟ୍ୱିଟରରେ ସେ ନିଜର ଯାତ୍ରା ନେଇ ଲଗାତାର ଖବର ଦେଉଛନ୍ତି ଓ ଫଟୋ ସେୟାର କରୁଛନ୍ତି । ଏବେ ମାନସରୋବର ଯାତ୍ରା ନେଇ ରାହୁଲଙ୍କ କିଛି ରୋଚକ ଫଟୋ ସାମ୍ନାକୁ ଆସିଛି । ଯାତ୍ରା ସମୟରେ ରାହୁଲ ଗାନ୍ଧି ତୀର୍ଥଯାତ୍ରୀଙ୍କ ସହ କଥାବାର୍ତ୍ତା କରୁଥିବାର ଓ ଫଟୋ ଉଠାଉଥିବା ନଜର ଆସିଛନ୍ତି । ସବୁବେଳେ ପାରମ୍ପରିକ କୁର୍ତା ଓ ପାଇଜାମା ପିନ୍ଧୁଥିବା ରାହୁଲ ଯାତ୍ରା ସମୟରେ ଜିନ୍ସ, ଟି-ସାର୍ଟ ଓ ସ୍ପୋର୍ଟସ ସୁରେ ନଜର ଆସୁଛନ୍ତି । ଖବର ଅନୁସାରେ, ରାହୁଲ ଗାନ୍ଧିଙ୍କ ସହ ୧୦ ଜଣ ବି ଯାତ୍ରାରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ସୁରକ୍ଷା କର୍ମୀ ଅଛନ୍ତି, ଯେଉଁମାନଙ୍କ ପରିଚୟ ପାଇଁ ଏକପ୍ରକାର ମୁସ୍କିଲ ବୋଲି କୁହାଯାଉଛି । ଯାତ୍ରାରେ କିଛି ସ୍ଥାନୀୟ ଲୋକ ବି ସାମିଲ ହୋଇଛନ୍ତି ।

ସୂଚନା ଅନୁସାରେ ରାହୁଲ ଗାନ୍ଧି ଗୁରୁବାର ଦିନ କୌଣସି ସ୍ଥାନରେ ନ ଅଟକି ୧୩ ଘଂଟା ପର୍ଯ୍ୟନ୍ତ ଲଗାତାର ପର୍ବତ ଚଢ଼ିଥିଲେ । ଆଉ ସେହି ସମୟରେ ସେ ୩୪ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ । ରାହୁଲଙ୍କ ସହ ଫଟୋରେ ଥିବା ବ୍ୟକ୍ତି ଜଣକ କହିଛନ୍ତି ରାହୁଲ ଗାନ୍ଧି ବହୁତ ଫିଟ୍ ଅଛନ୍ତି । ତିନି ଦିନର ଯାତ୍ରାକୁ ସେ ଦୁଇ ଦିନରେ ପୁରା କରିଥଲେ । ଆଉ ମଧ୍ୟ ସେ କହିଛନ୍ତିି ରାହୁଲ ଗାନ୍ଧି ଆମ କ୍ୟାମ୍ପରେ ଥିଲେ । କ୍ୟାମ୍ପରେ ଅନ୍ୟ ଲୋକମାନେ ଲଗାତାର ସଂଘର୍ଷ କରୁଥିଲେ । କିଛି ଲୋକଙ୍କୁ ଅମ୍ଳଜାନ କାରଣରୁ ଅସୁବିଧା ମଧ୍ୟ ହେଉଥିଲା । କିନ୍ତୁ ରାହୁଲ ଗାନ୍ଧି ପୁରା ପିଟ୍ ଅଛନ୍ତି ।