ନିର୍ବାଚନୀ ମୋଡରେ କଂଗ୍ରେସ ! ଲୋକଙ୍କ ଭିତରେ ଥିବା ଆକ୍ରୋଶକୁ ନେଇ ରାଜନୀତି କରିବା ପାଇଁ ରାମଲୀଲା ମୈଦାନରେ ରାଲି

29

କନକ ବ୍ୟୁରୋ : ନିର୍ବାଚନ ମୋଡରେ କଂଗ୍ରେସ । କେନ୍ଦ୍ରରେ ଏନଡିଏ ସରକାରଙ୍କ ବିରୋଧରେ ବିରାଟ ରାଜନୈତିକ ରାଲି । କୁହାଯାଉଛି ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଦଳ । ଦିଲ୍ଲୀର ରାମଲୀଲା ମୈଦାନରେ ଆଜି ଦଳ ପକ୍ଷରୁ ଆୟୋଜନ କରାଯାଇଛି ଜନ ଆକ୍ରୋଶ ରାଲି । ନିକଟରେ ସାମ୍ନାକୁ ଆସିଥିବା ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି ।

rahul

ହାତରେ ମୋଦି ସରକାର ବିରୋଧୀ ପୋଷ୍ଟରଧରି ରାମଲୀଲା ମୈଦାନରେ ଏକାଠି ହୋଇଛନ୍ତି ହଜାର ହଜାର କଂଗ୍ରେସ କର୍ମୀ । କୁହାଯାଉଛି ଆଜିର ଏହି ରାଲି ଓ ଜନସଭାରେ ୧୦ ହଜାରରୁ ଅଧିକ କଂଗ୍ରେସ କର୍ମୀ ଏକାଠି ହେବେ । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସମେତ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କର୍ମୀମାନଙ୍କୁ ସମ୍ବୋଧିତ କରିବେ । କେନ୍ଦ୍ରରେ ମୋଦି ସରକାରଙ୍କୁ କ୍ଷମତାରୁ ଦୂରେଇ ରଖିବାର ମୂଳଦୁଆ କର୍ଣ୍ଣାଟକରୁ ପଡିବ ବୋଲି କଂଗ୍ରେସ ନେତା କହିଛନ୍ତି ।