ବରଗଡରେ ପହଂଚିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ! ପରିବର୍ତ୍ତନ ମହାସମାବେଶରେ ହେଲେ ସାମିଲ

115

କନକ ବ୍ୟୁରୋ : ବରଗଡରେ ପହଂଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କ ଜୟପୁର ଗସ୍ତର ଠିକ ସାତ ଦିନ ପରେ ଆଜି ବରଗଡରେ ପରିବର୍ତନ ସମାବେଶରେ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରାହଲୁଙ୍କ ଏହି ଗସ୍ତ କଂଗ୍ରେସ କର୍ମୀଙ୍କୁ ସଂଗଠିତ କରିବ ବୋଲି ନେତା ଆଶା ରଖିଛନ୍ତି ।

ପୂର୍ବରୁ ରାହୁଲ ବରଗଡ ଗସ୍ତରେ ଆସିଥିବା ବେଳେ ୭ କିଲୋମିଟରର ପଦଯାତ୍ରା କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏହା ରାହୁଲଙ୍କ ପ୍ରଥମ ବରଗଡ ଜିଲ୍ଲା ଗସ୍ତ । ଗତ ୮ ତାରିଖରେ ଜୟପୁର ଗସ୍ତ ଅବସରରେ ରାହୁଲ ମହିଳା ସଂରକ୍ଷଣ ବିଲ ପାରିତ କରିବା ନେଇ କଂଗ୍ରେସର ପ୍ରତିଶ୍ରୁତି ବଦ୍ଧତା ବିଷୟରେ କହିଥିଲେ । ଏଥର ରାହୁଲଙ୍କ ନଜର କାହା ଉପରେ ରହିବ, ତା’ଉପରେ ରହିଛି ନଜର ।