ରାହୁଲ ଗାନ୍ଧୀଙ୍କ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୧୫.୮୮ କୋଟି ! ୫ ବର୍ଷରେ ବଢ଼ିଛି ୬.୪୮ କୋଟି

61

କନକ ବ୍ୟୁରୋ : ରାହୁଲ୍ ଗାନ୍ଧୀଙ୍କ ସମ୍ପତ୍ତି ୧୫.୮୮ ଲକ୍ଷ ଟଙ୍କା । ୨୦୧୪ ନିର୍ବାଚନରେ ରାହୁଲଙ୍କ ସମ୍ପତ୍ତି ୯.୪ କୋଟି ଟଙ୍କା ଥିବାବେଳେ ୫ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୬.୪ଲକ୍ଷ ଟଙ୍କା ବୃଦ୍ଧି ଘଟିଛି । ୱାୟନାଡ଼ରେ ପ୍ରାର୍ଥିପତ୍ର ଦାଖଲ ସମୟରେ ରାହୁଲ ତାଙ୍କ ସମ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି ।

ରାହୁଲଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୫ କୋଟି ୮୦ ଲକ୍ଷ ୫୮ ହଜାର ୭୯୯ ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୦,୦୮,୧୮,୨୮୪ ଟଙ୍କା ରହିଛି । ମା ସୋନିଆ ଗାନ୍ଧୀଙ୍କ ଠାରୁ ସେ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଋଣ ନେଇଥିବାବେଳେ ତାଙ୍କ ଉପରେ ୭୨ ଲକ୍ଷ ୧୯୦୪ ଟଙ୍କାର ଋଣ ରହିଛି ।  ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଠୀ ଆସନରେ ମଧ୍ୟ ଲଢୁଛନ୍ତି ।

ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ନିକଟରେ ମାତ୍ର ନଗଦ ୪୦ ହଜାର ଟଙ୍କା ଅଛି। ତାଙ୍କ ପାଖରେ ୧୭ ଲକ୍ଷ ୯୩ ହଜାର ୬୮୩ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ରହିଛି । ଭାରତୀୟ ମୁଦ୍ରାରେ ୧୯ ଲକ୍ଷ ସେୟାର ତାଙ୍କ ପାଖରେ ଅଛି । ପିପିଏଫରେ ୩୯ ଲକ୍ଷ ୮୯ ହଜାର ୦୩୭ ଟଙ୍କା ଜମା ରହିଛି । ଏହାସହ ତାଙ୍କ ପାଖରେ ୩୩୩.୩୦ ଗ୍ରାମର ସୁନା ଅଳଙ୍କାର ରହିଛି ।

କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀ କେରଳର ୱାୟନାଡ଼ ଲୋକସଭା ଆସନରୁ ପାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧ୍ରୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । ପ୍ରାର୍ଥିପତ୍ର ଦାଖଲ କରିସାରିବା ପରେ ରାହୁଲ ଏକ ବିଶାଳ ରାଲି କରିଥିଲେ । ରାହୁଲ ତାଙ୍କ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ଆମେଥି ସମେତ ଦ୍ବିତୀୟ ଆସନ ଭାବେ ୱାୟନାଡ଼ରୁ ଏଥର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି । ରାଲି ପରେ ସେ ୱାୟନାଡ଼ରୁ ନିର୍ବାଚନ ଲଢ଼ିବାର କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଦେଶରେ ଏକତାର ବାର୍ତ୍ତା ଦେବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।