ରାହୁଲଙ୍କୁ ନିର୍ବାଚନୀ ଥୋପ ! କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା

81

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ନିର୍ବାଚନୀ ଯୁଦ୍ଧ । ସାରା ଦେଶରେ ଏବେ ନିର୍ବାଚନୀ ମଳୟ ବହୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । କଳେବଳେ କୌଶଳେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଣନୀତି ଓ ସବୁ ରାଜନୈତିକ ଦଳ ଏବେ ସଭା ସମିତି କରି ନିର୍ବାଚନୀ ବିଗୁଲ ଫୁଙ୍କିଲେଣି ଓ ପ୍ରତି ଗଳିକନ୍ଦିରେ ନେତାଙ୍କ ପ୍ରବଳ ଭିଡ଼ । ଦୋକାନ ବଜାର ସବୁ ରାଜନୈତିକ ଚର୍ଚ୍ଚା । ସବୁରି ମୁହଁରେ ଗୋଟିଏ କଥା । ୨୦୧୯ରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ଆରମ୍ଭ ହୋଇଯାଇଛି ମହାସମର । ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ମଇଦାନକୁ ଓଲହାଇବା ପାଇଁ ସିପାହୀ ପ୍ରସ୍ତୁତ କରିସାରିଛନ୍ତି । ଲୋକଙ୍କ ନିକଟତର ହେବାପାଇଁ ଏବେ ପ୍ରତିଶ୍ରୁତିର ସୁଅ ଛୁଟିବାରେ ଲାଗିଛି ।

ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଦାରିଦ୍ର‌୍ୟ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ହେବ । ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ । ଗତକାଲି ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଙ୍କୁ ଦେଇଛନ୍ତି ନିର୍ବାଚନୀ ପ୍ରତିଶ୍ରୁତି । ଏଠାରେ ଏକ ରାଲିରେ ଉଦବୋଧନ ଦେଇ ରାହୁଲ କହିଥିଲେ ଯେ ରାଜ୍ୟ ବିଭାଜନ ସମୟରେ ଏହାକୁ ସ୍ବତନ୍ତ୍ର ପାହ୍ୟା ମିଳିବ ବୋଲି ୟୁପିଏ ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏନଡିଏ ସରକାର ଏହାକୁ ପୂରଣ କରିନଥିଲେ । ଏହାବ୍ୟତୀତରାଜ୍ୟର ରାଜନୈତିକ ଦଳମାନେ ଏହାର ଯେଭଳି ବିରୋଧ କରିବା କଥା ତାହା ହୋଇନାହିଁ ବୋଲି ରାହୁଲ କହିଛନ୍ତି । କଂଗ୍ରେସର ସର୍ବନିମ୍ନ ଆୟ ଯୋଜନା (ନ୍ୟାୟ) ଦେଶରୁ ଦାରିଦ୍ର‌୍ୟକୁ ମୂଳୋତ୍ପାଟନ କରିବାରେ ସହାୟକ ହେବ ।

ଦଳ କ୍ଷମତାକୁ ଆସିଲେ ପ୍ରଥମେ ଦାରିଦ୍ରୢ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ହେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବମାନଙ୍କ ପ୍ରତି ଆଦୌ ଦରଦ ଦେଖାଇ ନାହାନ୍ତି ଏବଂ କେବଳ କିଛି ଧନୀଙ୍କ ପାଇଁ ହିଁ ତାଙ୍କର ସବୁ ମମତା ରହିଛି । ଅନୀଲ ଅମ୍ବାନି ଏବଂ ମେହୁଲ ଚୌକସିଙ୍କ ଭଳି ଲୋକଙ୍କୁ ସହାୟତା କରିବା ଛଡ଼ା ମୋଦି ଆଉ କ’ଣ କରିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।