ଗଡ ସଜାଡିବାକୁ ଅଂଟା ଭିଡିଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ : ନିର୍ବାଚନରେ ପରାଜୟ ପରେ ପ୍ରଥମ ଥର ପାଇଁ ଆମେଠି ଗସ୍ତରେ ରାହୁଲ ଗାନ୍ଧୀ

169

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ଥର ପାଇଁ ଆଜି ଆମେଠି ଯାଉଛନ୍ତି ରାହୁଲ ଗାନ୍ଧୀ । ପୂର୍ବାହ୍ନରେ ଲକ୍ଷ୍ନୌ ବିମାନ ବନ୍ଦରରେ ରାହୁଲ ପହଂଚିବା ପରେ କଂଗ୍ରେସ ନେତା ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ରାହୁଲ ଆମେଠି ଅଭିମୁଖେ ବାହାରିଛନ୍ତି । ତେବେ ଏହି ଗସ୍ତ ଜରିଆରେ ରାହୁଲ ଆମେଠିର ଜନତାକୁ ବାର୍ତା ଦେବାକୁ ଚାହୁଁଛନ୍ତି । ଗତ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ ବି ଆମେଠି ସହ ତାଙ୍କ ଆତ୍ମୀୟତା ଓ ଭାବନାତ୍ମକ ସଂପର୍କ ଯୋଡି ହୋଇ ରହିଛି ।

ତେଣୁ ଆମେଠିକୁ ସେ କିମ୍ବା କଂଗ୍ରେସ ଦଳ ଛାଡିବେ ନାହିଁ । କୁହାଯାଉଛି ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ମିଡିଆ ଠାରୁ ଦୁରେଇ ରହିବେ । କଂଗ୍ରେସର ଗଡଥିବା ଆମେଠି ଲୋକସଭା ନିର୍ବାଚନମଣ୍ଡଳୀରେ ପରାଜୟ ରାହୁଲ ଓ କଂଗ୍ରେସ ପାଇଁ ଶକ୍ତ ଝଟକା ଥିଲା । ଆମେଠି ଗାନ୍ଧୀ ପରିବାର ଓ କଂଗ୍ରେସ ତରଫରୁ ମିଳିଥିବା ରାହୁଲଙ୍କ କର୍ମଭୂମି ଓ ତାକୁ ସେ ସମ୍ଭାଳି ରଖିବାକୁ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି ।