ଭୁଲରେ ମହିଳାଙ୍କ ଟଏଲେଟରେ ପଶିଗଲେ ରାହୁଲ ଗାନ୍ଧୀ !

43

କନକ ବ୍ୟୁରୋ : ଗୁଜୁରାଟ ଗସ୍ତରେ ଥିବା ରାହୁଲ ଗାନ୍ଧୀ ବାଉଳା ହୋଇ ଛୋଟା ଉଦୟପୁର ଜିଲ୍ଲାସ୍ଥିତ ଏକ ମହିଳା ଟଏଲେଟ୍‌ରେ ପଶି ଯାଇଥିଲେ । ଯୁବ ସମାଜ ସହ ଭାବ ଆଦାନ ପ୍ରଦାନ ନିମନ୍ତେ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ସକାଶ ରାହୁଲ ଗାନ୍ଧୀ ସେ ଜିଲ୍ଲାରେ ଅବସ୍ଥାନ କରୁଥିଲେ ।

କାର୍ଯ୍ୟକ୍ରମ ଶେଷ କରି ଟାଉନ୍‌ ହଲ୍‌କୁ ଫେରିବା ସମୟରେ ସେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଟଏଲେଟ୍‌ରେ ପଶି ଯାଇଥିଲେ । ଯୋଗକୁ କେଉଁଟା ମହିଳାମାନଙ୍କ ପାଇଁ କେଉଁଟା ପୁରୁଷମାନଙ୍କ ପାଇଁ ତାହା ଚିହ୍ନିତ ହୋଇ ନ ଥିଲା । କିନ୍ତୁ, ସେଠାରେ ‘ମହିଲାଓ ମାତେ ସଉଚାଲୟ’ ବୋଲି ଗୁଜୁରାଟୀ ଭାଷାରେ ଏକ ପୋଷ୍ଟର ଲଗା ଯାଇଥିଲା । ଗୁଜୁରାଟୀ ପଢ଼ି ନ ଜାଣି ଥିବାରୁ ରାହୁଳ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଟଏଲେଟ୍‌ରେ ପଶି ଯାଇଥିଲେ ବୋଲି କୁହା ଯାଉଛି ।

ଏହି ଘଟଣା ପରେ, ତାଙ୍କର ଭୁଲ୍‌ ସଂକ୍ରାନ୍ତରେ ଶୁଣିବାକୁ ଟଏଲେଟ୍‌ ବାହାରେ କାଣ୍ଡି ହୋଇଥିବା ସାମ୍ବାଦିକମାନଙ୍କୁ ରାହୁଳଙ୍କ ସାଥିରେ ଯାଇଥଇବା ଏସ୍‌ପିଜି ଘଉଡ଼ାଇ ଦେଇଥିଲେ । ରାହୁଳ ଟଏଲେଟରୁ ବାହାରିବା ପରେ ସେଠାରେ ଉପସ୍ଥିତ ଜନତା ହସି ପକାଇଥିଲେ ବୋଲି ଜଣା ପଡ଼ିଛି । ସମୁଦାୟ ଦୃଶ୍ୟାବଳୀ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ରେକର୍ଡ କରିଛନ୍ତି ।