ବିରୋଧୀଙ୍କ ଟାର୍ଗେଟରେ ମୋଦି ସରକାର : ବଜେଟରେ ନାହିଁ କେନ୍ଦ୍ରୀୟ ବିଚାରଧାରା, କୁହାଳିଆ ସରକାରଙ୍କ ଫମ୍ପା ବଜେଟ୍ କହିଲେ ରାହୁଲ ଗାନ୍ଧୀ

Advertisment
କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ, ଗରିବଙ୍କ ପାଇଁ ନାହିଁ କିଛି ଯୋଜନା କେବଳ ତିନି ଚାରି ଜଣ ମିତ୍ରଙ୍କ ପାଇଁ

Image Courtesy - www.deccanherald.com

କନକ ବ୍ୟୁରୋ : ବିରୋଧୀଙ୍କ ଟାର୍ଗେଟରେ ମୋଦି ସରକାରଙ୍କର ବଜେଟ୍ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବଜେଟକୁ କେବଳ ଭାଷଣର ରୂପ ଦେଇଛନ୍ତି । ବଜେଟରେ କୌଣସି  କେନ୍ଦ୍ରୀୟ ବିଚାରଧାରା ନାହିଁ । ମାନ୍ଧାବସ୍ଥା ଦେଇ ଗତିକୁରଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଜେଟରେ କିଛି ନାହିଁ ।

ଦେଶର ମୁଖ୍ୟ ସମସ୍ୟା ହେଲା ବେକାରୀ ସମସ୍ୟା । ଦୁର୍ଭାଗ୍ୟବଶତଃ ବଜେଟରେ ବେକାରୀ ଯୁବକ ଯୁବତୀଙ୍କ ପାଇଁ କୌଣସି ରଣନୀତି ପ୍ରସ୍ତୁତି ହୋଇନାହିଁ । ଏତେ ଲମ୍ବା ବଜେଟରେ କେବଳ ତଥ୍ୟ ରହିଛ । ଜନତାଙ୍କ ପାଇଁ କୌଣସି ସୁଯୋଗ ନାହିଁ । ଫମ୍ପା ବଜେଟ୍ ଖୁବ୍ ଭଲ ଭାବରେ ଆମ ସରକାରଙ୍କ ସ୍ବରୂପକୁ ବର୍ଣ୍ଣନା କରୁଛି। ବାରମ୍ବାର ଗୋଟିଏ କଥାକୁ ଦୋହରାଇ ଖାଲି କଥା କୁହାଳିଆ ଏହି ସରକାର କିଛି ବି କାମକୁ ନୁହଁନ୍ତି । ଯଦିଓ ସବୁଠାରୁ ଦୀର୍ଘତମ ବଜେଟ୍ ଭାଷଣ ଇତିହାସ ସୃଷ୍ଟି କରିଛି । ମାତ୍ର ସେଥିରେ କିଛି ବି ନଥିଲା, ସବୁ ଫମ୍ପା ଲାଗିଲା ।

ସେହିପରି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବି ଏହି ବଜେଟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ବଜେଟକୁ ନେଇ ଦିଲ୍ଲୀର ଅନେକ ଆଶା ଥିଲା। ମାତ୍ର ଏଥର ବି ଦିଲ୍ଳୀବାସୀଙ୍କ ସହ ବୈମାତୃକ ମନୋଭାବ ପୋଷଣ କରାଯାଇଛି। ଦିଲ୍ଳୀ ଭାଜପାର ପ୍ରାଥମିକତାରେ ଆସୁ ହିଁ ନାହିଁ। ତା’ହେଲେ ଦିଲ୍ଲୀବାସୀ ଭାଜପାକୁ ଭୋଟ୍ କାହିଁକି ଦେବେ ? ପ୍ରଶ୍ନ ହେଉଛି, ଯଦି ନିର୍ବାଚନ ପୂର୍ବରୁ ଭାଜପା ଦିଲ୍ଳୀକୁ ଅଣଦେଖା କରୁଛି। ନିର୍ବାଚନ ପରେ ଶପଥ ରଖିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe