ରେଭେନ୍ସାରେ ପୁଣି ରାଗିଂ ଅଭିଯୋଗ : ଏକ ତରଫା ପ୍ରେମରୁ ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ସିନିୟର ଛାତ୍ରଙ୍କ ଧମକ ଅଭିଯୋଗ

506

କନକ ବ୍ୟୁରୋ : ରେଭେନ୍ସାରୁ ପୁଣି ଆସିଛି ରାଗିଂ ଅଭିଯୋଗ । ଛାତ୍ରୀ ଜଣଙ୍କୁ ମାଡ ମରାଯିବା ସହ ହତ୍ୟା ଧମକ ବି ଦିଆଯାଇଛି । ଏହି ଘଟଣାକୁ ଛାତ୍ରୀ ଜଣକ ୟୁଜିସି ସାଇଟରେ ଜଣାଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ଏହି ଅଭିଯୋଗ ହୋଇଛି । ଏପରି ଘଟଣା ଜଣାପଡିବା ପରେ ପରେ ବିଶ୍ୱବିଦ୍ୟାଳୟର ଆଂଟି ରାଗିଂ ସେଲ୍ ଏହାର ତଦନ୍ତ ଆରମ୍ଭ କରିଛି ।

ଛାତୀଙ୍କ ଜଣକ ଠାରୁ ମିଳିଥିବା ସୂଚନା ଅନୁସାରେ ଛାତ୍ର ଜଣକ ତାଙ୍କୁ ବାରମ୍ୱାର ଏକତରଫା ପ୍ରେମ ନିବେଦନ କରିଆସୁଥିଲେ । ଏଥିରେ ବିଫଳ ହେବା ପରେ ଜୀବନରେ ତାଙ୍କୁ ମାରିଦେବାକୁ ଧମକ ଦେବା ସହିତ ମାଡ ମାରିଛନ୍ତି । ଏହି ଘଟଣା ଏବେ ରାଗିଂ ବିଶ୍ୱବିଦ୍ୟାଳୟରେ ରାଗିଂ ଚର୍ଚ୍ଚା ସୃଷ୍ଟି କରିଛି ।