କେବଳ ୫ ଟଙ୍କାରେ ପେଟପୁରା ଖାଦ୍ୟ ଓ ୧୦ ଟଙ୍କାରେ ପୋଷାକ ! ଉତ୍ତରପ୍ରଦେଶର ‘ଦାଦି କି ରସୋଇ’ ଦୋକାନ ଗରିବଙ୍କ ପାଇଁ ଆଶିର୍ବାଦ

46

ଦିନକୁ ଦିନ ମହଙ୍ଗା ହେଉଛି ସାମଗ୍ରୀ । ନିଜ ଆୟ ନିଜକୁ ନିଅଂଟ ହୋଇପଡ଼ୁଛି । ଭଲ କି ଗଣ୍ଡେ ଖାଇବା ଓ ପିନ୍ଧିବା ପାଇଁ ରୋଜଗାର ଯଥେଷ୍ଟ ହୋଇପାରୁ ନାହିଁ । ଆମ ଦେଶ ଭାରତରେ ହିଁ ଏପରି ଘଟଣା ଅଧିକ ଦେଖିବା ପାଇଁ ମିଳେ । ଲୋକେ ଘଂଟା ଘଂଟା ଧରି ପରିଶ୍ରମ କରି ରୋଜଗାର ତ କରନ୍ତି, କିନ୍ତୁ ଭଲରେ ରହିପାରନ୍ତି ନାହିଁ । ଆୟ କମକୁ ବ୍ୟୟ ଅଧିକ । ତେବେ ଏହି ମହଙ୍ଗା ଦୁନିଆରେ ଏପରି ଲୋକେ ଅଛନ୍ତି ଯିଏ ନିଜ କଥା ଚିନ୍ତା ନକରି ସମାଜ ଚିନ୍ତାରେ ଜୀବନ ବିତାନ୍ତି । ଏପରି ଜଣେ ବିଲକୁଲ ନିଆରା ମଣିଷ ହେଲେ ନୋଏଡ଼ାର ଅନୁପ ଖାନ୍ନା ।

ଗରିବ ଲୋକଙ୍କୁ ଅଳ୍ପ ଟଙ୍କାରେ ସେ ଖାଦ୍ୟ, ପୋଷାକ ଓ ଔଷଧ ଉପଲବ୍ଧ କରାଉଛନ୍ତି । ପ୍ରତିଦିନ ଦେଶୀ ଘିଅ ଛୁଙ୍କ ସହ ପ୍ରତି ଦିନ ମାତ୍ର ୫ ଟଙ୍କାରେ ଅନେକ ଲୋକଙ୍କ ପେଟ ଭରନ୍ତି । ନୋଏଡ଼ାରେ ଏପରି ସ୍ଥାନ ଅଛି ଯେଉଁଠି ଭୋଜନ, ପୋଷାକ ଓ ଔଷଧ ସୁଲଭ ମୂଲ୍ୟରେ ମିଳେ । ମାତ୍ର ୫ ଟଙ୍କାର ଭୋଜନ ୧୦ ଟଙ୍କାରେ ପୋଷାକ ମିଳେ । ‘ଦାଦି କି ରସୋଇ’ ନାମକ ଏକ ଦୋକାନ ଉତ୍ତରପ୍ରଦେଶ ନୋଏଡ଼ା ସହରରେ ଅବସ୍ଥିତ । ଯାହାକୁ ଚଳାନ୍ତି ସମାଜସେବୀ ଅନୁପ ଖନ୍ନା । ‘ଦାଦି କି ରସୋଇ’ ଏକ ଏପରି ଠିକଣା ଯେଉଁଠି ଭୋଜନ ପୋଷାକ ଓ ଔଷଧ ଶସ୍ତାରେ ମିଳେ ।

ଏଠାରେ ପ୍ରତିଦିନ ଦେଶୀ ଘିଅରେ ତଡ଼କା ସହ ୧୨ରୁ ୨ ଟା ପର୍ଯ୍ୟନ୍ତ ଖାଦ୍ୟ ମିଳେ । ଆଉ ଏହି ଖାଦ୍ୟ ଖାଇବା ପାଇଁ ଅନେକ ଲୋକଙ୍କ ଭିଡ଼ ଜମେ । ଅନୁପ କେବଳ ଦାଦି କି ରସୋଇ ଚଳାଉ ନାହାନ୍ତି , ବରଂ ଦେଶରେ କୌଣସି ବି ପ୍ରାକୃତିକ ବିପର୍ଯ୍ୟନ୍ତ ସମୟରେ ଲୋକଙ୍କୁ ସ।ହାଯ୍ୟ କରିବା ପାଇଁ ପ୍ରସ୍ତୁ୍ୁତ ହୋଇଯାଆନ୍ତି । ସମାଜସେବୀ ଅନପ ଖନ୍ନା କହନ୍ତି, ମୁଁ ଚାହିଁଲେ ମଗାଣାରେ ଖାଦ୍ୟ ଓ ପୋଷାକ ମାଗଣାରେ ଦେଇପାରି ଥାଆନ୍ତି । କିନ୍ତୁ ଟଙ୍କା ଦେଇ ଖାଇବା ପରେ ଏଠାରେ ଲୋକଙ୍କ ସ୍ୱାଭିମାନ ମଧ୍ୟ ବଜାୟ ରହେ । ତାଙ୍କୁ ଆତ୍ମସନ୍ତୋଷ ମିଳେ । ଅନୁପଙ୍କ ପରି ଜଣେ ମଣିଷ ସତରେ ଖୁବ୍ ନିଆରା । ‘ଦାଦି କି ରସୋଇ’ରେ ଭିକ୍ଷୁକ ଠାରୁ ଆରମ୍ଭ କରି ମାଲିକ ସମସ୍ତେ ଖାଇବା ଖାଆନ୍ତି ସାମିଲ ଥାଆନ୍ତି ।

ସୂଚନାଯୋଗ୍ୟ ଅଗଷ୍ଟ ୨୦୧୫ରେ ଅନୁପ ନିଜର ଜନ୍ମଦିନରେ ୨୧ ଅଗଷ୍ଟ ଆରମ୍ କରିଥିଲେ ଦାଦି କି ରସୋଇ । ଯେବେଠାରୁ ଆରମ୍ଭ ହେଲାଣି ଦାଦି କି ରସୋଇ ସେବେଠାରୁ ହିଁ ଚର୍ଚ୍ଚାରେ ରହିଛି । ଏଠାରେ ଏବେ ପ୍ରତିଦିନ ପ୍ରାୟ ଲୋକ ୫୦୦ ଲୋକ ଭୋଜନ କରନ୍ତି । ସୂଚନା ଅନୁସାରେ ଅନୁପ ତାଙ୍କ ପିତାଙ୍କ ଠାରୁ ପ୍ରେରଣା ପାଇଁ ହିଁ ୨୦ ବର୍ଷ ହେଲା ଭିନ୍ନ ଭିନ୍ନ ସମାଜ ମଙ୍ଗଳ କାମରେ ସାମିଲ ଅଛନ୍ତି ।