ଜଙ୍ଗଲ ଯିବାକୁ ଅରାଜି ଅଜଗର : ଚନ୍ଦକା ଡମପଡା ଅଭୟାରଣ୍ୟରେ ଛାଡିବା ବେଳେ ନାକେଦମ୍ ହେଲେ ବନ କର୍ମଚାରୀ

15

କନକ ବ୍ୟୁରୋ : ଅଜଗରକୁ ଜଙ୍ଗଲରେ ଛାଡିବା ବେଳେ ନାକେଦମ ହେଲେ ବନ କର୍ମଚାରୀ । ଭୁବନେଶ୍ୱର ଚନ୍ଦକା ଅଂଚଳରୁ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଉଦ୍ଧାର କରାଯାଇଥିଲା ୧୫ ଫୁଟର ଅଜଗର । ତାକୁ ଚନ୍ଦକା ଡମପଡା ଅଭୟାରଣ୍ୟରେ ଛାଡିବା ବେଳେ ହଠାତ୍ ଅଜଗରଟି ବନ କର୍ମଚାରୀଙ୍କ ଗାଡି ଉପରକୁ ଚଢି ଯାଇଥିଲା । ଏଥିରେ ଭୟଭୀତ ହୋଇ ଗାଡି ଛାଡି ବନ କର୍ମଚାରୀ ଦୌଡି ଦୌଡି ପଳାଇ ଯାଇଥିଲେ । କିଛି ସମୟ ଧରି ଗାଡିରେ ରହିଥିଲା ଅଜଗର । ଲାଗୁଥିଲା ସତେ ଯେମିତି ଜଙ୍ଗଲ ଯିବାକୁ ରାଜି ହେଉନି ଏହି ବିଶାଳକାୟ ଅଜଗର  ।

ଦେଖନ୍ତୁ ଏହି ଭିଡିଓ –

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.