କନକ ବ୍ୟୁରୋ : ଅଜଗରକୁ ଜଙ୍ଗଲରେ ଛାଡିବା ବେଳେ ନାକେଦମ ହେଲେ ବନ କର୍ମଚାରୀ । ଭୁବନେଶ୍ୱର ଚନ୍ଦକା ଅଂଚଳରୁ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଉଦ୍ଧାର କରାଯାଇଥିଲା ୧୫ ଫୁଟର ଅଜଗର । ତାକୁ ଚନ୍ଦକା ଡମପଡା ଅଭୟାରଣ୍ୟରେ ଛାଡିବା ବେଳେ ହଠାତ୍ ଅଜଗରଟି ବନ କର୍ମଚାରୀଙ୍କ ଗାଡି ଉପରକୁ ଚଢି ଯାଇଥିଲା । ଏଥିରେ ଭୟଭୀତ ହୋଇ ଗାଡି ଛାଡି ବନ କର୍ମଚାରୀ ଦୌଡି ଦୌଡି ପଳାଇ ଯାଇଥିଲେ । କିଛି ସମୟ ଧରି ଗାଡିରେ ରହିଥିଲା ଅଜଗର । ଲାଗୁଥିଲା ସତେ ଯେମିତି ଜଙ୍ଗଲ ଯିବାକୁ ରାଜି ହେଉନି ଏହି ବିଶାଳକାୟ ଅଜଗର ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-02-10h26m20s987.png)