ରିଓ ପରେ ଚୀନ : ପି.ଭି ସିନ୍ଧୁ ଚୀନ ଓପନ ସୁପର ସିରିଜ ଟାଇଟଲ କଲେ କବଜା

30

କନକ ବ୍ୟୁରୋ : ଭାରତୀୟ ସଟଲର ପିଭି ସିନ୍ଧୁ ଚାମ୍ପିଅନ । ରିଓ ଅଲମ୍ପିକ ରୌପ୍ୟ ପଦକ ହାସଲ ପରେ ତାଙ୍କ ଫର୍ମ ଯୋଗୁଁ ନିରାଶ ଥିବା ସିନ୍ଧୁଙ୍କୁ ମିଳିଛି ବଡ ସଫଳତା । ଜୀବନର ପ୍ରଥମ ଥର ପାଇଁ ସୁପର ସିରିଜ ଟାଇଟଲ ହାସଲ କରିଛନ୍ତି । ଫାଇନାଲ ମୁକାବିଲାରେ ଚୀନର ସୁନ୍ ୟୁଁଙ୍କୁ ୨୧-୧୧, ୧୭-୨୧, ୨୧-୧୧ ସେଟରେ ପରାସ୍ତ କରି ଚୀନ ଓପନ ଚାମ୍ପିଅନ ହୋଇଛନ୍ତି ସିନ୍ଧୁ ।

ଏହି ସମ୍ମାନଜନକ ଟ୍ରଫି ବିଜୟ ସହ ସେ ୭ ଲକ୍ଷ ଡଲାର ପୁରସ୍କାର ହାସଲ କରିଛନ୍ତି । କ୍ରମାଗତ ୩ ବର୍ଷ ହେଲା ଫାଇନାଲରେ ଭାରତୀୟ ମହିଳା ସଟଲର ପହଂଚିଛନ୍ତି । ପୂର୍ବରୁ ୨୦୧୪ରେ ସାଇନା ନେହୱାଲ ଚୀନ ଓପନ ଚାଂପିଅନ ହୋଇଥିବା ବେଳେ ୨୦୧୫ରେ ଫାଇନାଲରେ ସେ ପରାସ୍ତ ହୋଇଥିଲେ ।

ଚଳିତ ବର୍ଷ ସିନ୍ଧୁ ଚାମ୍ପିଅନ ହୋଇଛନ୍ତି । ସେମି ଫାଇନାଲରେ ସେ ଦୀର୍ଘ ୧ ଘଂଟା ୨୪ ମିନିଟ କଡା ମୁକାବିଲାରେ କୋରିଆର ଜି ହ୍ୟୁନଙ୍କୁ ମାତ୍ ଦେଇଥିଲେ । ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।