ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନ ସଂପ୍ରସାରଣ ବିବାଦ ! ଦେଢ ଏକର ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ନଗର ଉନ୍ନୟନ ବିଭାଗର ସ୍ୱୀକୃତି
କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନ ସଂପ୍ରସାରଣକୁ ନେଇ ବିବାଦ । ଦେଢ ଏକର ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ନଗର ଉନ୍ନୟନ ବିଭାଗର ସ୍ୱୀକୃତି ପରେ ଜୋର ଧରିଛି ବିବାଦ । ଜମି ଅଧିଗ୍ରହଣ ବାବଦକୁ ୯୪ କୋଟି ୪୨ ଲକ୍ଷ ୧୭ ହଜାର ୩୩୫ ଟଙ୍କା ବ୍ୟୟ ଅଟଳଳ ମଧ୍ୟ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଶ୍ମଶାନ ସ୍ଥାନାନ୍ତର ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସ୍ୱୀକୃତି ଦେଇଛି ରାଜ୍ୟ ନଗର ଉନ୍ନୟନ ବିଭାଗ । ତେବେ ସ୍ୱର୍ଗଦ୍ୱାର ଶ୍ମଶାନକୁ ସ୍ଥାନାନ୍ତରକୁ ନେଇ ବିଭିନ୍ନ ମହଲରେ ଦେଖାଦେଇଛି ବିରୋଧ । ଏପରିକି ନିଜେ ଜିଲ୍ଲାପାଳ ମଧ୍ୟ ସ୍ୱର୍ଗଦ୍ୱାର ସ୍ଥାନାନ୍ତରକୁ ସମର୍ଥନ କରିବା ବଦଳରେ କେବଳ ଏହାର ସଂପ୍ରସାରଣ ଉପରେ ଜୋର ଦେଇଛନ୍ତି ।
ବିକଳ୍ପ ସ୍ୱର୍ଗଦ୍ୱାର କଥା ପୌରାଧ୍ୟକ୍ଷ ଚିନ୍ତା କରୁଥିବା ବେଳେ ସ୍ୱର୍ଗଦ୍ୱାରର ସଂପ୍ରସାରଣ କରାଯିବ ଓ ଏହାର ବିକଳ୍ପ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଯାହାକୁ ନେଇ ଜିଲ୍ଲାପାଳ ଓ ପୌରାଧ୍ୟକ୍ଷ ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି । ସେପଟେ ଆଜି ସ୍ୱର୍ଗଦ୍ୱାର ସୁରକ୍ଷା ସମିତି ଓ ପୁରୀ ସଚେତନ ନାଗରିକ ମଂଚ ପକ୍ଷରୁ ସ୍ୱାର୍ଗଦ୍ୱାର ସ୍ଥାନାନ୍ତର ହେଲେ ଆଗାମୀ ଦିନରେ ନିଆଁ ଜଳିବ ବୋଲି ଚେତାବନୀ ଦିଆଯାଇଛି ।