ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପଡ଼ିଲା ବାଡ଼ : ସାଇକେଲ, ଗାଡ଼ିମୋଟର ଚଳାଚଳ ବନ୍ଦ

198

କନକ ବ୍ୟୁରୋ : କିଛିଦିନ ତଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଥିଲା । କେବଳ ସେବାୟତମାନଙ୍କୁ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଦିଆଯାଇଥିଲା । ଏ‌ହା ସତ୍ତ୍ବେ ସଂକ୍ରମଣ ଆଶଙ୍କା ବଢ଼ି ଚାଲିଥିବାରୁ ଶ୍ରୀମନ୍ଦିର ଚାରିଦିଗରୁ ବ୍ୟାରିକେଡ୍‌ ପକାଇ କେବଳ ଭକ୍ତ ନୁହେଁ, ଜନସାଧାରଣଙ୍କ ଯାତାୟତ ବନ୍ଦ କରି ଦିଆଯାଇଛି । ଏହି ବାଟ ଦେଇ ସାହି ଲୋକଙ୍କ ଯାତାୟାତରେ ବି କଟକଣା ଲଗାଯାଇଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବଡ଼ଦାଣ୍ଡ ଉପରେ ବ୍ୟାରିକେଡ୍‌ ପକାଯାଇଛି । ଦୁଇଚକିଆ ଦୂରର କଥା ସାଇକେଲ୍‌ ବି ଯିବାକୁ ଦିଆଯାଇନି । କିନ୍ତୁ କିଛି ଅମାନିଆ ସାଇକେଲ ଚାଳକ ଏହାକୁ ଉଲ୍ଲଂଘନ କରି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା ।