କନକ ବ୍ୟୁରୋ : କିଛିଦିନ ତଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଥିଲା । କେବଳ ସେବାୟତମାନଙ୍କୁ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଦିଆଯାଇଥିଲା । ଏହା ସତ୍ତ୍ବେ ସଂକ୍ରମଣ ଆଶଙ୍କା ବଢ଼ି ଚାଲିଥିବାରୁ ଶ୍ରୀମନ୍ଦିର ଚାରିଦିଗରୁ ବ୍ୟାରିକେଡ୍ ପକାଇ କେବଳ ଭକ୍ତ ନୁହେଁ, ଜନସାଧାରଣଙ୍କ ଯାତାୟତ ବନ୍ଦ କରି ଦିଆଯାଇଛି । ଏହି ବାଟ ଦେଇ ସାହି ଲୋକଙ୍କ ଯାତାୟାତରେ ବି କଟକଣା ଲଗାଯାଇଛି ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବଡ଼ଦାଣ୍ଡ ଉପରେ ବ୍ୟାରିକେଡ୍ ପକାଯାଇଛି । ଦୁଇଚକିଆ ଦୂରର କଥା ସାଇକେଲ୍ ବି ଯିବାକୁ ଦିଆଯାଇନି । କିନ୍ତୁ କିଛି ଅମାନିଆ ସାଇକେଲ ଚାଳକ ଏହାକୁ ଉଲ୍ଲଂଘନ କରି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/puri-7.jpg)