ରଥଯାତ୍ରା ସମନ୍ୱୟ ବୈଠକକୁ ବୟକଟ ପାଇଁ ଅପିଲ୍ ! ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଲଗା ଗଲା ପୋଷ୍ଟର

37

କନକ ବ୍ୟୁରୋ : ରଥଯାତ୍ରା ସମନ୍ୱୟ ବୈଠକକୁ ବୟକଟ ପାଇଁ ଅପିଲ୍ । ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ପୋଷ୍ଟର ଲଗାଇ ଏଭଳି ଅନୁରୋଧ କରିଛି । ଗତବର୍ଷ ନିଳାଦ୍ରୀ ବିଜେ ବେଳେ ସେବାୟତ ସମାଜକୁ ନିନ୍ଦିତ ଓ ଗାରିମାକୁ କ୍ଷୁର୍ଣ୍ଣ କରାଯାଇଥିବା ନେଇ ଅଭିମାନ କରି ଏଭଳି ପୋଷ୍ଟର ଲଗାଯାଇଛି ।

ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ହେବାକୁ ଥିବା ବୈଠକରେ ସମଗ୍ର ସେବାୟତ ସମାଜର ପ୍ରତିନିଧିତ୍ୱ କରୁଥିବା ସେବାୟତମାନଙ୍କୁ ଅନୁପସ୍ଥିତ ରହିବା ପାଇଁ ନିବେଦନ କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ।