ହିନ୍ଦୁ ଧର୍ମରେ ମନ୍ଦିରର ମହତ୍ୱ ଅନେକ । ଜଗନ୍ନାଥ ଧାମ ପୁରୀ ଠାରୁ ୧୫କିମି ଦୂରରେ ଅବସ୍ଥିତ ସାକ୍ଷୀ ଗୋପାଳ ମନ୍ଦିର। ଏହି ମନ୍ଦିର ଓଡିଶା ପ୍ରାନ୍ତରେ ପ୍ରସିଦ୍ଧ ସହର ପୁରୀ ପାଖରେ ଅବସ୍ଥିତ । ସାକ୍ଷୀଗୋପାଳ ଖୁବ ପ୍ରସିଦ୍ଧ ମନ୍ଦିର ଅଟେ । ଶୁଣିବା ପାଇଁ ମିଳେ ଜଗନ୍ନାଥଙ୍କ ଦର୍ଶନ ସାରି ଶ୍ରଦ୍ଧାଳୁ ସାକ୍ଷୀଗୋପାଳଙ୍କୁ ଦର୍ଶନ କଲେ ଯାଇ ଯାତ୍ରାର ସୁଫଳ ମିଳେ । ଏହି ମନ୍ଦିର ଦର୍ଶନ କରିବା ପୂର୍ବରୁ ଏଠାରେ ଥିବା ଚନ୍ଦନ ପୋଖରୀରେ ଗାଧୋଇ ଦର୍ଶନ କଲେ ଭଲ ।
Advertisment
ମନ୍ଦିର ସହ ଜଡିତ ରୋମାଂଚକର ତଥ୍ୟ !
ସାକ୍ଷୀଗୋପାଳ ମନ୍ଦିରର ସୁନ୍ଦରତା ଏହାର ପରିଚୟ । ମନ୍ଦିର କାରୁକାର୍ଯ୍ୟ ଖୁବ ସୁନ୍ଦର । ଯେଉଁଭଳି ଏହି ମନ୍ଦିର ଖୁବ ସୁନ୍ଦର ଏବଂ ଅଦ୍ଭୁତ ଅଟେ ସେହିଭଳି ମନ୍ଦିର ସହ ଖୁବ ରୋମାଂଚକର ତଥ୍ୟ ଯୋଡି ହୋଇ ରହିଛି । ପୌରାଣିକ ତଥ୍ୟ ଅନୁସାରେ, ଜଣେ ଧନବାନ ବ୍ରାହ୍ମଣ ନିଜର ଶେଷ ସମୟରେ ଥିଲେ ।  ସେହି ସମୟରେ ସେ ତୀର୍ଥ ଯାତ୍ରା କରିବା ଲାଗି ଭାବିଥିଲେ ଏବଂ ସେ ବୃନ୍ଦାବନ ଯିବା ଲାଗି ବାହାରିଲେ । ସେହି ସମୟରେ ତାଙ୍କ ସହ ଏକ ଗରିବ ବ୍ରାହ୍ମଣ ପିଲା ମଧ୍ୟ ଯାଇଥିଲେ । ଏହା ସେ ସମୟର କଥା ଯେଉଁ ସମୟରେ ତୀର୍ଥ କରିବା ଲାଗି ଖାଲି ପାଦରେ ଯିବାକୁ ପଡୁଥିଲା ଏବଂ ନିଜର ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ ନିଜକୁ କରିବାକୁ ପଡୁଥିଲା । ଯେତେବେଳେ ଦୁହେଁ ଯାତ୍ରା କରିବା ଅର୍ଥେ ବାହାରକୁ ବାହାରିଥିଲେ ଗରିବ ପିଲା ଜଣକ ବୁଢା ବ୍ରାହ୍ମଣଙ୍କର ଭଲଭାବେ ଯତ୍ନ ନେଉଥିଲା । ଏହି ପିଲାଟିର ସେବାରେ ବୃଦ୍ଧ ବ୍ରାହ୍ମଣ ଜଣକ ଖୁସି ହୋଇ ବୃନ୍ଦାବନରେ ଥିବା ଗୋପାଳ ମନ୍ଦିରରେ ସେହି ଗରିବ ପିଲା ସହ ତାଙ୍କ ଝିଅଙ୍କ ସହ ବିବାହ କରିବା ପାଇଁ ପକ୍କା କରିଦେଇଥିଲେ ଏବଂ କହିଥିଲେ ଯେ ସେ ଘରକୁ ଫେରି ଦୁହିଁଙ୍କ ବିବାହ କରାଇବେ, ଏଭଳି ବଚନ ମଧ୍ୟ ଦେଇଥିଲେ ।

publive-imageଯେତେବେଳେ ସେ ପୁରୀରୁ ଯାତ୍ରା କରି ଘରକୁ ଫେରିଥିଲେ ସେହି ସମୟରେ ଗରିବ ପିଲା ଜଣକ ବ୍ରାହ୍ମଣଙ୍କୁ ବିବାହ ପାଇଁ ଦେଇଥିବା ବଚନ କଥା ସ୍ମରଣ କରାଇଲେ । ବ୍ରାହ୍ମଣଙ୍କ ଦ୍ୱାରା ଏହି ସମ୍ପର୍କରେ ଘରେ କଥା ହେବାରୁ ପରିବାର ବର୍ଗ ଏହି ବିବାହ ପାଇଁ ସ୍ୱୀକୃତି ଦେଲେ ନାହିଁ ଫଳରେ ପିଲାଟିର ଖୁବ ଅସମ୍ମାନ ମଧ୍ୟ ହେଲା । ଏହି ଅସମ୍ମାନ ସହି ନ ପାରି ପିଲା ଜଣକ ପଂଚାୟତଙ୍କ ପାଖକୁ ନିଜର ଗୁହାରୀ ଘେନି ଗଲା । ପଂଚାୟତ ତାଙ୍କୁ ଏହି କଥାର ପ୍ରମାଣ ମାଗିଥିଲେ । ମାତ୍ର ଗରିବ ପିଲା ଜଣକ ଏହା ଶୁଣି କହିଥିଲା ଯେ ସେ ବଚନ ଦେବା ସମୟରେ ତାଙ୍କ ପାଖରେ ଗୋପାଳ ଥିଲେ । ଏହାଶୁଣି ପଂଚାୟତରେ ସମସ୍ତେ ହସିବାକୁ ଲାଗିଥିଲେ । ନିଜ ସତକୁ ସାବ୍ୟସ୍ତ କରିବା ଲାଗି ସମ୍ପୃକ୍ତ ପିଲା ଜଣକ ବୃନ୍ଦାବନରେ ପହଂଚି ଭଗବାନ ଗୋପାଳଙ୍କୁ ହାତ ଯୋଡି ନିଜର ବିନତି ଜଣାଇଥିଲେ ଏବଂ ଗୋପାଳଙ୍କୁ ତାଙ୍କ ସହ ଯିବା ପାଇଁ ଅନୁରୋଧ କରିଥିଲେ ।

publive-image

ଏହି ଗରିବ ପିଲାର ବିନତି ଶୁଣି ଏବଂ ତାଙ୍କର ବିଶ୍ୱାସକୁ ଦେଖି ଗୋପାଳ ପ୍ରସନ୍ନ ହୋଇଯାଇଥିଲେ ଓ ଯିବା ପାଇଁ ରାଜି ହୋଇଯାଇଥିଲେ । ଗୋପାଳ ଜି ପିଲାକୁ କହିଥିଲେ ତମେ ମୋର ଆଗେ ଆଗେ ଯିବ ଏବଂ ମୁଁ ତୁମ ପଛରେ ପଛରେ ଯିବି ଏବଂ ମୋ ଘୁଙ୍ଗୁର ଶବ୍ଦ ତୁମ କାନରେ ବାଜୁଥିବ । ତୁମେ ପଛକୁ ବୁଲି ଦେଖିବ ନାହିଁ ନହେଲେ ମୁଁ ସ୍ଥିର ହୋଇଯିବି । ପିଲାଟି ଏହି କଥାରେ ରାଜି ହୋଇ ଚାଲିବା ଆରମ୍ଭ କଲା । ଚାଲିବା ସମୟରେ ଅନେକ ସମୟ ପର୍ଯ୍ୟନ୍ତି ଘୁଙ୍ଗୁର ଶବ୍ଦ ଶୁଭୁଥିଲା ।

ଘୁଙ୍ଗୁର ଶବ୍ଦ ନ ଶୁଭିବାରୁ ପିଲାଟି ବୁଲି ପଡି ଚାହିଁଦେଲା ତ ଭଗବାନ ସେହିଠାରେ ଅଟକିଗଲେ । ଏହାଦେଖି ବାଳକ ଜଣକ ଚିନ୍ତାରେ ପଡିଗଲେ ମାତ୍ର ଗୋପାଳଜୀ ତାଙ୍କୁ କହିଲେ ବ୍ୟସ୍ତ ହୁଅନି ଗାଁ ଲୋକଙ୍କୁ ଏଠାକୁ ଡାକି ଆଣ । ସେହି ଗରିବ ପିଲା ଜଣକ ଗଲା ଏବଂ ଗାଁ ଲୋକଙ୍କୁ ଡାକି ଆଣିଲା, ଯେଉଁଠାରେ ଗୋପାଳ ଛିଡା ହୋଇଥିଲେ । ପଂଚାୟତ ଆସିବାରୁ ଗୋପାଳ ଜୀ ତାଙ୍କୁ ସମସ୍ତ କହିଲେ ଯାହା ସେହି ବ୍ରାହ୍ମଣ ଜଣକ ତାଙ୍କୁ ବଚନ ଦେଇଥିଲେ । ଭଗବାନ ଗୋପାଳ ଜୀଙ୍କ କାରଣରୁ ସେହି ଗରିବ ପିଲା ଜଣକ ବିବାହ ସମ୍ପନ୍ନ ହୋଇଥିଲା ଏବଂ ଭଗବାନ ଗୋପାଳଜୀ ସେହି ସ୍ଥାନରେ ରହିଗଲେ ।

publive-image

ସେବେଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ମୃତିରେ ଏଠାରେ ସାକ୍ଷୀଗୋପାଳ ମନ୍ଦିର ସ୍ଥାପିତ ହୋଇଛି । ଏହା ଏହି କଥାର ପ୍ରମାଣ ଅଟେ ଯେଉଁ ବ୍ୟକ୍ତି ଭଗବାନଙ୍କୁ ଭରସା କରନ୍ତି ସେମାନଙ୍କ ଭଗବାନ ସବୁବେଳେ ସାହାଯ୍ୟ କରନ୍ତି । ଏହି କାରଣରୁ ଜଗନ୍ନାଥ ପୁରୀ ମନ୍ଦିର ଦର୍ଶନ କଲାପରେ ସାକ୍ଷୀଗୋପାଳ ଦର୍ଶନ କରିବା ଜରୁରୀ ବୋଲି ମାନ୍ୟତା ରହିଛି ।