କନକ ବ୍ୟୁରୋ : ପୁରୀ ବଡଦାଣ୍ଡରେ ଥିବା ଗ୍ରାଣ୍ଡ ମୋଟର୍ସ ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା । ନିମ୍ନ ମାନର ତେଲକୁ ପେଟ୍ରୋଲ ପମ୍ପକୁ ନେଇ ସ୍ଥାନୀୟ ଲୋକ ଭଙ୍ଗାରୁଜା କରିଛନ୍ତି । ପେଟ୍ରୋଲ ପମ୍ପ ଥିବା ଗାଡି, ଟାଙ୍କି ଓ ସିସିଟିଭିକୁ ଭାଙ୍ଗି ଦେଇଛନ୍ତି । ଫଳରେ ପୁଲିସ ଘଟଣା ସ୍ଥଳରେ ପହଚିଂ ଲାଠିଚାଚଳନା କରିଥିଲା । ଉତ୍ତେଜିତ ଲୋକଙ୍କ ଉପରକୁ ପୁଲିସର ଲାଠିମାଡ କରିବା ସହ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ଛାଡିନଥିଲେ ।
ପୁଲିସ ଲାଠିମାଡରେ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଏବେ ପୁଲିସର ଲାଠିଚାଳନା ପ୍ରତିବାଦରେ ସ୍ଥାନୀୟ ଲୋକ ମେଡିକାଲ ରୋଡରେ ରାସ୍ତାରୋକ କରିଛନ୍ତି । ଏସପି ଓ କୁମ୍ଭାରପଡା ଥାନା ଅଧିକାରୀଙ୍କ ନିଲମ୍ବନ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଏସପି ଘଟଣା ସ୍ଥଳରେ ପହଚିଂ ଉତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/8-4.jpg)
/kanak/media/post_attachments/wp-content/uploads/2018/09/Screen-shot-2018-09-29-at-12.14.41-PM-300x188.png)