ଐତିହ୍ୟ ପାଇଁ ପୁରୀରେ ମାରାଥନ : ସାମିଲ ହେଲେ ୩ ହଜାରରୁ ଅଧିକ ଛାତ୍ର ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା,ଦୌଡିଲେ ୮ କିଲୋମିଟର

134

କନକ ବ୍ୟୁରୋ : ଗୋଟିଏ ସ୍ଥାନରେ ଐତିହ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାର ବାର୍ତ୍ତା । ଏପରି ଏକ ନିଆରା ପ୍ରୟାସ କରାଯାଇଛି ପୁରୀରେ । ସକାଳର କୁହୁଡିଆ ପରିବେଶରେ ଆୟୋଜନ ହୋଇଛି ମିନି ମାରାଥନ । ଉଦେଶ୍ୟ ଥିଲା ବିପର୍ଯ୍ୟୟରୁ ଐତିହ୍ୟକୁ ରକ୍ଷା କରିବା ନିଜେ ସୁରକ୍ଷିତ ରହିବା । ଏନଡିଆରଏଫ୍ ପକ୍ଷରୁ ଏହି ମିନି ମାରାଥନର ଆୟୋଜନ କରାଯାଇଛି । ପ୍ରାଚୀନ ଐତିହ୍ୟ ଗୁଡିକର ଆବଶ୍ୟକ ସୁରକ୍ଷା କରାନଗଲେ ସମୟକ୍ରମେ ଏଗୁଡିକ ଇତିହାସ ପାଲଟିଯିବ । ଆଗାମୀ ପିଢି ଏହାକୁ ଦେଖିବାକୁ ଜାଣିବାକୁ ବଂଚିତ ରହିବେ । ଏହାର ସୁରକ୍ଷା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପୁରୀରେ ଆୟୋଜନ ହୋଇଛି ବିଶାଳ ମିନି ମାରାଥନ ।

ଏହି ମାରାଥନରେ ପ୍ରାୟ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ବିଭିନ୍ନ ଅନୁଷ୍ଠାନର କର୍ମକର୍ତା , ବିଦେଶୀ ପର୍ଯ୍ୟଟକ ମଧ୍ୟ ସାମିଲ ହୋଇଥିଲେ । ପ୍ରାୟ ୮ କିମି ଦୂରତା ଅତିକ୍ରମ କରାଯାଇଥିଲା ମିନି ମାରାଥନରେ । ପୁରୀର ସ୍ପୋର୍ଟସ ଷ୍ଟାଡିୟମରୁ ଏହି ମିନି ମାରାଥନ ବାହାରି ଚକ୍ରତୀର୍ଥ ରୋଡ, ଭିଆଇପି ରୋଡ, ବଳିଆପଣ୍ଡା ଦେଇ ଲାଇଟ୍ ହାଉସ ନିକଟରେ ଶେଷ ହେବ । ରାଜ୍ୟ କ୍ରୀଡା ମନ୍ତ୍ରୀ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ । ସଂବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହି ମିନି ମାରାଥନରେ ଯୋଗ ଦେଇଥିଲେ ।