ପୁରୀରେ ତାଲାବନ୍ଦ : ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବାହାର ଗାଡ଼ି ପ୍ରବେଶ ଉପରେ କଟକଣା

514

କନକ ବ୍ୟୁରୋ :  ପୁରୀରେ ତାଲାବନ୍ଦ ରହିଛି । ଲକ୍ ଡାଉନ୍ ପାଇଁ ପୁରୀ ସହରକୁ ୩ଟି ଜୋନ୍ ଏବଂ ଛଅଟି ସେକ୍ଟରରେ ବିଭକ୍ତ କରାଯାଇଛି । ଜଣେ ଡିଏସପି ପ୍ରତ୍ୟେକ ଜୋନ୍ ଦାୟିତ୍ବରେ ଅଛନ୍ତି । ଏହାଛଡ଼ା ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର୍ ଥିବା ଜଣାଯାଇଛିa । ପୁରୀ ପୁଲିସ୍ ପକ୍ଷରୁ ୨୬ଟି ବ୍ଲକିଂ ପଏଣ୍ଟ ଚିହ୍ନଟ କରାଯାଇଛି ଏବଂ ସେଠାରେ ପୁଲିସ ନିୟୋଜିତ ହୋଇଛି । ସହରରେ ୨୦ଟି ମୋବାଇଲ୍ ପାର୍ଟି ଗତି କରୁଛି । ବାହାର ଗାଡ଼ିଗୁଡ଼ିକୁ ପୁରୀ ସହରକୁ ଛଡ଼ା ଯାଉନାହିଁ । ତେବେ ସ୍ବର୍ଗଦ୍ବାରକୁ ଯାଉଥିବା ଗାଡ଼ିକୁ ଛଡ଼ାଯାଉଛି ।

ସମସ୍ତ ଖୋଲାଥିବା ଅନାବଶ୍ୟକ ଦୋକାନଗୁଡ଼ିକୁ ବନ୍ଦ କରାଯାଉଛି । ଆଜି ପୁରୀରେ ବସ୍ ଚଳାଚଳ ପ୍ରାୟତଃ ବନ୍ଦ ରହିଥିବା ଜଣାଯାଇଛି । ତେବେ ସକାଳେ ପୁରୀର ବଡ଼ଶଙ୍ଖଠାରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଶ୍ରୀମନ୍ଦିରରେ ଆଜିଠୁ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଶ୍ରୀମନ୍ଦିର ଭିତରୁ ଆସୁଥିବା ଓ ବାହାରୁ ଯାଉଥିବା ସେବାୟତଙ୍କ ଥର୍ମାଲ ସ୍କ୍ରନିଂ କରାଯାଉଛି । ସେବାୟତଙ୍କ ଛଡା ଅନ୍ୟ କାହାକୁ ମନ୍ଦିର ଭିତରକୁ ପ୍ରବେଶ କରାଯାଉନାହିଁ ।