କନକ ବ୍ୟୁରୋ : ଆଜି ହେରା ପଞ୍ଚମୀ । ୫ ଦିନ ହେଲା ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ଛାଡ଼ି ଆସିଛନ୍ତି କାଳିଆ ଠାକୁର । ଆଜି ଅଭିମାନରେ ଲକ୍ଷ୍ମୀ ଠାକୁରାଣୀ, ଶ୍ରୀଜଗନ୍ନାଥଙ୍କ ରଥ ଭାଙ୍ଗିବେ । ୫ ଦିନ ଧରି ବିରହ ବେଦନାରେ ଅସହ୍ୟ ମାଆ ଲକ୍ଷ୍ମୀ ଠାକୁରାଣୀ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚାବାଡିକୁ ଗୋପନା ଯାତ୍ରା କରିବେ । ଏହି ପରମ୍ପରା ଆଧାରରେ ଆଜି ହେରା ପଞ୍ଚମୀ ନୀତି ପାଳନ ହେଉଛି ।
ଏହି ଖବର ପାଇବା ପରେ ମହାପ୍ରଭୁ ନିଜକୁ ସଜାଉଛନ୍ତି । ଗତକାଲି ରାତିରେ ୪ ଘଂଟା କାଳ ଶ୍ରୀମୁଖ ଶୃଙ୍ଗାର ହୋଇଛି । ରାତି ୯ଟାରେ ଦତମହାପାତ୍ର ସେବକ ମାନେ ଗୁଣ୍ଡିଚାମନ୍ଦିର ପ୍ରବେଶ କରିଥିଲେ । ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକ ଲାଗି କରାଯାଇଛି । ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିଛି ଆଡପ ଅବଢା । ଶ୍ରୀଜିଉଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବା ସହ ଅଭଡା ପାଉଛନ୍ତି ଶ୍ରଦ୍ଧାଳୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-29-07h44m26s651.png)