କନକ ବ୍ୟୁରୋ : ପୁରୀ ସଦର ଅଂଚଳର ଉତ୍ତରକଣା ଓ ନୁଆଗାଁରେ ବନ୍ୟା ସ୍ଥିତି । ଭାର୍ଗବୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଘାଇ ସୃଷ୍ଟି ହୋଇଛି । ପ୍ରଥମ ବନ୍ୟା ଜଳ ଆସିବା ପରେ ତଳିଆ ଅଂଚଳରେ ପାଣି ପଶି ପ୍ରାୟ ୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ୍ରାଫ ଟିମ ପହଚିଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଡଙ୍ଗା ସାହାଯ୍ୟରେ ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି ।

Advertisment

ସେପଟେ ପୁରୀ ଜିଲ୍ଲା କଣାସ ବ୍ଲକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୟା ଓ ରାଜୁଆ ନଦୀରେ ବନ୍ୟା ଜଳ ଆସିବାରୁ ପାଣିରେ ଭାସିଲା ଘରଦ୍ୱାର । କଣାସ ବ୍ଲକର ଦୋକନ୍ଦା, ବଡ଼ାସ, ତରପଡ଼ା, ପାଣ୍ଡିଆକେରା, ବଙ୍କଟଲ, ବଳଭଦ୍ରପୁର ଗାଁରେ ପଶିଛି ପାଣି । ଗାଁ ଦାଣ୍ଡରେ ଜମିଛି ଆଣ୍ଠଏ ଉଚ୍ଚର ପାଣି । ଘରଦ୍ୱାର ଓ ରାସ୍ତା ଘାଟ ବୁଡ଼ିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ବନ୍ୟା ପାଣିରେ ପହଁରି ପହଁରି ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।  ବନ୍ୟା ପାଣି ଯୋଗୁଁ ଜଳବନ୍ଦୀ ଜୀବନ କାଟୁଛନ୍ତି ଲୋକେ । ପାଣି ଘେରରେ ଅଛନ୍ତି ଶତାଧିକ ଲୋକ ଓ ଗୃହପାଳିତ ପଶୁ । ଅଚାନକ ବନ୍ୟାପାଣି ମାଡ଼ିଆସିବାରୁ ଲୋକେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଘରୁ ବାହାର କରିପାରିନାହାଁନ୍ତି । ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସଜାଗ ଥିବା ନେଇ କହିଛନ୍ତି କଣାସ ବ୍ଲକ ବିଡ଼ିଓ ।