ପୁରୀରେ ଉଚ୍ଛେଦ ଅଭିଯାନ ଜୋରଦାର : ଦ୍ୱିତୀୟ ଦିନରେ ପୁରୀ ବଡଆଖଡା ମଠର ଉଚ୍ଛେଦ, ପ୍ରଶାସନିକ ଅଧିକାରୀ ଓ ପୋଲିସ ଫୋର୍ସ ସହାୟତାରେ ଚାଲିଛି ଭଙ୍ଗାକାମ

312

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ପୁରୀ ବଡ ଆଖଡା ମଠ ଉଚ୍ଛେଦ ଜାରି । ଗତକାଲିଠାରୁ ଆରମ୍ଭ ହୋଇଥିବା ବଡ ଆଖଡା ମଠ ଉଛେଦ ଆଜି ଜାରି ରହିଛି । ବଡ ଆଖଡାମଠର ରହିଥିବା ବାକି ଅଂଶକୁ ଆଜି ଭଙ୍ଗାଯାଉଛି । ଏକାଧିକ ମାଜିଷ୍ଟ୍ରେଟ୍ ଓ ଶହ ଶହ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଚାଲିଛି ଉଛେଦ କାର୍ଯ୍ୟ । ଗତକାଲି ବଡ ଆଖଡାମଠର ପ୍ରାୟ ୮୦ ପ୍ରତିଶତ ଅଂଶ ଭଙ୍ଗା ଯାଇଥିଲା । ଆଜି ଅବଶିଷ୍ଟ ଅଂଶକୁ ଭଙ୍ଗା ଯାଉଛି । ତେବେ ମଠ ଭିତରେ ଥିବା ମନ୍ଦିର ଓ ଗାଦିକୁ ଭଙ୍ଗାଯିବ ନାହିଁ ।

ଆଜି ବଡ ଆଖଡା ମଠର ବାକି ଅଂଶ ଭଙ୍ଗାଯବା ପରେ ସାନଛତା ମଠ ଭଙ୍ଗାଯିବ । ଏଥିପାଇଁ ପ୍ରସ୍ତୁତି କରିଛି ଜିଲ୍ଲାପ୍ରଶାସନ । ଆମିକସ କ୍ୟୁରି ଉଛେଦକୁ ସବୁଜ ସଂକେତ ଦେବା ପରେ ଜିଲ୍ଲା ପ୍ରଶାସନ ଗତକାଲିଠାରୁ ଉଛେଦ ପ୍ରକ୍ରିୟାକୁ ଜୋରଦାର କରିଛି । ଦୁଇ ମହଲା ବିଶିଷ୍ଟ ଏହି ପ୍ରାଚୀନ କୋଠାକୁ ଭାଙ୍ଗିବା ପାଇଁ ପ୍ରାୟ ୬ଟି ବୁଲଡୋଜର ନିୟୋଜିତ କରାଯାଇଛି । ଉଛେଦ ପାଇଁ ବଡଦାଣ୍ଡରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନଙ୍କୁ ଟାଉନ୍ ଥାନା ପାଖ ନୀଳାଦ୍ରୀ ଭକ୍ତ ନିବାସକୁ ସ୍ଥାନାନ୍ତର କରାଯାଇଛି ।