କନକ ବ୍ୟୁରୋ : ପୁଣି ଆକ୍ସନରେ ପୋଲିସ୍ । ପୁରୀରେ ଏନକାଉଂଟର । ତାଳବଣିଆ ଓ ବାସେଲିସାହି ଅଂଚଳରେ ଦୁଇ ଜଣଙ୍କୁ ଏନକାଉଂଟର କରିଛି ପୁରୀ ପୋଲିସ୍ । ଏନକାଉଂଟର ହୋଇଥିବା ଦୁଇ ଅପରାଧୀ ବିଶୁ ଓରଫ ବିଶ୍ୱ ରଞ୍ଜନ ସାହୁ ଓ ଟିକି ଓରଫ ସେୟା ମତ ଖାଁ ବୋଲି ଜଣାପଡିଛି । ଏମାନଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ରହିଥିବାବେଳେ ପୋଲିସର ୱାଂଟେଡ ତାଲିକାରେ ରହିଥିଲେ ।
ଗତ ରାତିରେ ଖବର ପାଇଁ ବାସେଲିସାହି ଓ ତାଳବଣିଆରେ ଚଢ଼ାଉ କରିଥିଲା ପୋଲିସ୍ । ହେଲେ ଦୁଇ ଅପରାଧି ପୋଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ପୋଲିସର ପାଲଟା ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି । ବିଶୁ ମୁଖ୍ୟତଃ ନିଶା ଦ୍ରବ୍ୟ କାରବାର ସହ ଜଡିତ ଥିବାବେଳେ ଟିକି ଗ୍ୟାଙ୍ଗ କରି ସହରରେ ଅପରାଧ ଘଟାଉଥିବା ଅଭିଯୋଗ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/IMG-20190910-WA0041.jpg)