ହୋଲି ରାତିରେ ପୁରୀରେ ଅସନ୍ତୋଷର ନିଆଁ ! ବାରମ୍ବାର ଗୁଣ୍ଡାରାଜ ଅଭିଯୋଗ ପରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଭଙ୍ଗାରୁଜା ପୋଡାଜଳା
କନକ ବ୍ୟୁରୋ : ଟପିଲା ଧୈର୍ଯ୍ୟର ସୀମା । ହୋଲି ରାତିରେ ଜଳିଲା ପୁରୀ ରାସ୍ତାରେ ଅସନ୍ତୋଷର ନିଆଁ । ବାରମ୍ବାର ଗୁଣ୍ଡାରାଜ ଅଭିଯୋଗ ପରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଭଙ୍ଗାରୁଜା ପୋଡାଜଳା କରିଛନ୍ତି ଉତ୍ୟକ୍ତ ଲୋକ । ଗତକାଲି ରାତିରେ ପୁରୀର ଦୁଇଟି ସ୍ଥାନରେ ଗୋଷ୍ଠୀ ସଂଘର୍ଷ ହେବା ସହ ପୋଡାଜଳା ହୋଇଛି । ପୁରୀ ସଦର ଥାନା ମଙ୍ଗଳାଘାଟ ଛକ ନିକଟରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଛକରେ ସିମେଂଟ ଦୋକାନ କରିଥିବା ମାଧିଆ ଦଳେଇ ନିକଟସ୍ଥ ଅଂଚଳର ଲୋକଙ୍କ ବିଭିନ୍ନ ସମୟରେ ମାଡ ମାରିବା ସହ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛନ୍ତି । ଗତକାଲି ମଧ୍ୟ ଦୋକାନୀ ଜଣଙ୍କ ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ । ଏନେଇ ପୁଲିସ ନିକଟରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାର ପ୍ରତିବାଦରେ ରାତିରେ ତାତି ଉଠିଥିଲେ ସ୍ଥାନୀୟ ବାସିନ୍ଦା ।
ଆଉ ସିମେଂଟ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ପୋଡାଜଳା କରିଛନ୍ତି । ଅଭିଯୁକ୍ତ ମାଧିଆ ଦଳେଇଙ୍କ ଗିରଫ ଦାବିରେ ପୁରୀ-ବ୍ରହ୍ମଗିରି ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ । ତେବେ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପୁଲିସ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ସେପଟେ ସେହି ସଦର ଥାନା ଛଇତନା ବଜାରରେ ମଧ୍ୟ ଦେଖାଦେଇଥିଲା ରାଜନୈତିକ ହିଂସା ।