ମୃତ୍ୟୁ ଆସେ ଏମିତି ! ଘରପୋଡି ନିଆଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇ ବୁଡି ଗଲେ ଯୁବକ

ଫସଲ ବୀମା ଟଙ୍କା ପାଇଁ ଆନ୍ଦୋଳନ କରୁଥିବା ଚାଷୀଙ୍କ ମୃତ୍ୟୁ ପରେ ଉତ୍ତେଜନା : କ୍ଷତି ପୂରଣ ଦାବିରେ ମୃତଦେହ ରଖି ବରଗଡ ପାଇକମାଳରେ ରାସ୍ତାରୋକ

image courtesy-https://s3.ap-southeast-1.amazonaws.com

କନକ ବ୍ୟୁରୋ : ମୃତ୍ୟୁ ଆସେ ଏମତି । ପୁରୀ ସଦର ଥାନା ଆରେଲୋ ଗାଁର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଗାଁର ନବ ପ୍ରଧାନଙ୍କ ଘର ପୋଡିଯିବା ସହ ତାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଥିଲା । ନିଆଁ ଲିଭାବା ପାଇଁ ପୋଖରୀକୁ ଯାଇଥିବାବେଳେ ନବ ପୋଖରୀରେ ବୁଡି ପ୍ରାଣ ହରାଇଥିବା ପୋଲିସ କହିଛି ।  କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ପରିବାର ଲୋକଙ୍କ କହିବା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନବଙ୍କୁ ହତ୍ୟା କରାଯାଇଛି । ଘରେ ନିଆଁଲଗାଇ ଜାଳିଦେବା ପରେ ମୃତଦେହକୁ ଦୁର୍ବୃତ୍ତ ପୋଖରୀରେ ପିଙ୍ଗିଦେଇଛନ୍ତି । ଏହାର ପ୍ରତିବାଦରେ ରିଆ ଛକରେ ଗାଁଲୋକେ ରାସ୍ତାରୋକ କରିଥିଲେ । ପୋଲିସର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ଏ ନେଇ ପରିବାର ଲୋକେ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି, ସଂପୃକ୍ତ ବ୍ୟକ୍ତି ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe