କନକ ବ୍ୟୁରୋ : ମୃତ୍ୟୁ ଆସେ ଏମତି । ପୁରୀ ସଦର ଥାନା ଆରେଲୋ ଗାଁର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଗାଁର ନବ ପ୍ରଧାନଙ୍କ ଘର ପୋଡିଯିବା ସହ ତାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଥିଲା । ନିଆଁ ଲିଭାବା ପାଇଁ ପୋଖରୀକୁ ଯାଇଥିବାବେଳେ ନବ ପୋଖରୀରେ ବୁଡି ପ୍ରାଣ ହରାଇଥିବା ପୋଲିସ କହିଛି । କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ପରିବାର ଲୋକଙ୍କ କହିବା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନବଙ୍କୁ ହତ୍ୟା କରାଯାଇଛି । ଘରେ ନିଆଁଲଗାଇ ଜାଳିଦେବା ପରେ ମୃତଦେହକୁ ଦୁର୍ବୃତ୍ତ ପୋଖରୀରେ ପିଙ୍ଗିଦେଇଛନ୍ତି । ଏହାର ପ୍ରତିବାଦରେ ରିଆ ଛକରେ ଗାଁଲୋକେ ରାସ୍ତାରୋକ କରିଥିଲେ । ପୋଲିସର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ଏ ନେଇ ପରିବାର ଲୋକେ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି, ସଂପୃକ୍ତ ବ୍ୟକ୍ତି ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/images_34.jpg)