କୂଳ ଲଂଘୁଛି ସମୁଦ୍ର ! ଲଘୁଚାପ ଓ ଅମାବାସ୍ୟାରେ ଅସ୍ତରଙ୍ଗ ମୂହାଣରେ ମାଡ କରୁଛି ୫ ମିଟରର ଜୁଆର

Advertisment
ସମୁଦ୍ର ଆଁ ଭିତରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୫ଟି ଗାଁ । ବାରମ୍ୱାର କୂଳ ଲଙ୍ଘୁଛି ସମୁଦ୍ର, ନଷ୍ଟ ହେଉଛି ଏକର ଏକର ଧାନ ଚାଷ ଜମି ।

କନକ ବ୍ୟୁରୋ : ଅଶାନ୍ତ ହୋଇପଡିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ । ଏଠି କୂଳଲଂଘୁଛି ସମୁଦ୍ର । ଲଘୁଚାପ ଓ ଅମାବାସ୍ୟା ପ୍ରଭାବରେ ଅସ୍ତରଙ୍ଗ ମୂହାଣରେ ମାଡ କରୁଛି ୫ ମିଟରର ଜୁଆର । ଫଳରେ ଉପକୂଳକୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ଏବେ ଧ୍ୱଂସ ହୋଇଗଲାଣି । ଜୁଆର ମାଡରେ ବାଲୁକା କ୍ଷୟ ହେବା ପରେ ସମୂଦ୍ରକୂଳରେ ଥିବା ଗାଁ ବିପଦରେ ପଡିଛି । ଉତାଳ ଢେଉରେ ବଡବଡ ଅତଡା ଖସିବା ପରେ ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତର ୭ଟି ଗାଁର ଲୋକଙ୍କ ନିଦ ହଜିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe