ମହାପ୍ରସାଦ ଦର ନିର୍ଦ୍ଧାରଣ ପ୍ରସଙ୍ଗ ! ତୁଟିଲା ବିବାଦ, ଆଜି ହେବ ପରୀକ୍ଷାମୂଳକ ଅବଢ଼ା ରୋଷେଇ

Advertisment
ମହାପ୍ରସାଦ ଦର ନିର୍ଦ୍ଧାରଣ ପ୍ରସଙ୍ଗ ! ତୁଟିଲା ବିବାଦ, ଆଜି ହେବ ପରୀକ୍ଷାମୂଳକ ଅବଢ଼ା ରୋଷେଇ

କନକ ବ୍ୟୁରୋ : ମହାପ୍ରସାଦ ଦର ନିର୍ଦ୍ଧାରଣ ହେବା ପାଇଁ ମହାପ୍ରସାଦ ରୋଷେଇକୁ ନେଇ ଦେଖାଦେଇଥିବା ବିବାଦ ତୁଟିଛି । ସମନ୍ବୟ ଅଭାବରୁ ଅଟିକି ଥିବା ପରୀକ୍ଷାମୂଳ ଅବଢା ରୋଷେଇ ପାଇଁ ଶେଷରେ ଦିନ ଧାର‌୍ୟ୍ୟ ହୋଇଛି  । ଆଜି ସକାଳ ୯ଟାରୁ ଏହି ପରୀକ୍ଷାମୂଳକ ରୋଷେଇ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।  ଗତକାଲି ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ସୁଆର-ମହାସୁଆର ନିଯୋଗ ମଧ୍ୟରେ ଅନୁଷ୍ଠିତ ଆପୋଷ ଆଲୋଚନା ପରେ ଏ ପ୍ରକାର ନିଷ୍ପତ୍ତି ହୋଇଛି । ପ୍ପୂର୍ବ ନିଷ୍ପତ୍ତି ମୁତାବକ, କୋଠଭୋଗ ରୋଷଶାଳାରେ ଏହି ରୋଷେଇ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଦ୍ରବ୍ୟ ଯୋଗାଇବ। କୋଠ ଭୋଗ ସୁଆର ଏହି ରୋଷେଇ କରିବେ ।

abadha

ରୋଷେଇ କରିବା ପରେ ସମୁଦାୟ ଖର୍ଚ୍ଚକୁ ହିସାବକୁ ନିଆଯାଇ ମହାପ୍ରସାଦର ଦର ଧାର‌୍ୟ୍ୟ ହେବ। ଏହି ଧାର‌୍ୟ୍ୟ ଦରକୁ ଚୂଡାନ୍ତ ବୋଲି ଧରି ନିଆଯିବ। ପରେ ସୁଆର-ମହାସୁଆର ନିଯୋଗର ସହମତିରେ ଧାର‌୍ୟ୍ୟ ଦର ସୂଚନାଫଳକ ଲଗାଯିବ। ଆଜି ଜିଲ୍ଲାପାଳ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି, ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ, ବଳରାମ ମହାପାତ୍ର, ମାଧବ ଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ଦିକ୍ଷିତ, ବୈଦ୍ୟନାଥ ମହାସୁଆର ପ୍ରମୁଖ ଉପସ୍ଥିତ ରହି ଏ ପ୍ରକାର ନିଷ୍ପତ୍ତି ନେଇଛନ୍ତି ।

abadha

ସୂଚନାଯୋଗ୍ୟ ଶ୍ରୀମନ୍ଦିରରେ ଅବଢା ଦର ଧାର‌୍ୟ୍ୟ ପାଇଁ ପରୀକ୍ଷାମୂଳକ ରୋଷେଇ ପାଇଁ ଦିନ ଧାର‌୍ୟ୍ୟ ହୋଇଥିଲା । ମାତ୍ର ସମନ୍ବୟ ଅଭାବରୁ ଗତକାଲି ଏ ରୋଷେଇ ହୋଇପାରିନଥିଲା । ଚିଠା ଓ ସାମଗ୍ରୀ ଆସିଥିଲେ ହେଁ କୋଠ ଭୋଗ ସୁଆରଙ୍କୁ ଡକାଯାଇପାରିନଥିବାରୁ ସେମାନେ ରୋଷେଇ ପାଇଁ ଆସିନଥିଲେ । ଫଳରେ ରୋଷେଇ ଅଟକିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe