କନକ ବ୍ୟୁରୋ : ପୁଞ୍ଜିଲାଲ କୁ ମିଳୁନି ପାରୋଲ । ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଂଜିଲାଲ ମେହେରର ମା’ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପୁଞ୍ଜିଲାଲକୁ ମିଳିନି ପାରୋଲ । ଫଳରେ ବଲାଙ୍ଗିର ଡ଼ାକ୍ତରଖାନାରେ ୨୪ ଘଂଟାରୁ ଅଧିକ ସମୟ ଧରି ପଡ଼ିରହିଲାଣୀ ମା’ଙ୍କ ମୃତଦେହ। ପୁଂଜିଲାଲ ପାଟଣାଗଡ଼ କୋର୍ଟରେ ପାରୋଲ ପାଇଁ ଆବେଦନ କରିଥିବା ବେଳେ ଅନୁମତି ମିଳିନଥିବାରୁ ସେ ତାଙ୍କ ମା’ଙ୍କ ପାଖରେ ପହଂଚି ପାରିନାହିଁ । 

Advertisment

ଫଳରେ ବଲାଙ୍ଗିର ଡ଼ାକ୍ତଖାନା ଫ୍ରିଜରରେ ମା’ଙ୍କ ମୃତଦେହ ରଖାଯାଇଛି । କ୍ୟାନ୍ସରରେ ଦୀର୍ଘଦିନ ହେଲା ପିଡ଼ିତ ଥିଲେ ପୁଂଜିଲାଲର ମା’ଇନ୍ଦୁମତୀ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ମଖ୍ୟ ଅଭିଯୁକ୍ତ ଥିଲା ପୁଂଜିଲାଲ । ୨୦୧୬ରେ ପାର୍ସଲ ବୋମା ପଠାଇ ପୁଂଜିଲାଲ ଦୁଇ ଜଣଙ୍କ ଜୀବନ ନେଇଥିଲେ । ଏଥିପାଇଁ ସେ ଗିରଫ ହୋଇ ଜେଲରେ ସଜା କାଟୁଛି ।