ଡେମୋ ଦେଖାଇଲେ ପାର୍ସଲ ବୋମାର ଖଳନାୟକ ! କେଉଁଭଳି ଭାବେ ଓ କିପରି ଷଡ଼ଯନ୍ତ୍ର ରଚିଥିଲେ, ପୁରା ଡେମୋ କଲା କ୍ରାଇମବ୍ରାଂଚ ପୋଲିସ

ଆଜି ସରୁଛି ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲର ରିମାଣ୍ଡ ଅବଧି । ରାୟପୁରରେ ଡେମୋ ଦେଖାଇବା ପରେ ପୁଞ୍ଜିଲାଲକୁ କଂଟାବାଝୀ ଆଣିଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ : କେମିତି ମୃତ୍ୟୁର ଷଡଯନ୍ତ୍ର କରିଥିଲା ପାଟ୍ଟଣାଗଡ ପାର୍ସଲ ବୋମାର ଖଳନାୟକ, ତାର ପୁରା ଡେମୋ କରିଛି କ୍ରାଇମବ୍ରାଂଚ ପୋଲିସ । ଏଥିପାଇଁ ପୁଞ୍ଜିଲାଲ ମେହେରକୁ ରାୟପୁର ନେଇ ଡେମୋ କରିଛି ତଦନ୍ତକାରୀ ସଂସ୍ଥା । ଗୋଟିଏ ପଟେ କ୍ରାଇମବ୍ରାଂଚର ଏକ ଟିମ୍ ପୁଞ୍ଜିଲାଲକୁ ବୋଲେରୋ ଗାଡିରେ ରାୟପୁର ନେଇଥିବାବେଳେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନରେ କଂଟାବାଞ୍ଜି ଷ୍ଟେସନରୁ ବାହାରିଥିଲେ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା । ପୁଞ୍ଜିଲାଲ କିଭଳି ଓଡିଶାରୁ ରାୟପୁର ଯାଇଥିଲା, କିଭଳି ଷ୍ଟେସନରୁ ଅଟୋ ଓ ରିକ୍ସାରେ କୋରିଅର ସଂସ୍ଥା ଖୋଜିଥିଲା ସେସବୁର ପୁଣିଥରେ ରୂପାନ୍ତର କରାଇଛି । ଡିଟିଡିସି ଓ ସ୍କାଏକିଙ୍ଗ କୋରିଅର ସଂସ୍ଥାରେ ମଧ୍ୟ ପହଂଚି ଖୋଳତାଡ କରାଯାଇଛି ।

Punji

କୋର୍ଟରେ ଏହାକୁ ପ୍ରମାଣ ହିସାବରେ ଦାଖଲ କରିବା ଲାଗି ଭିଡିଓଗ୍ରାଫି ଓ ଫଟୋଗ୍ରାଫି ମଧ୍ୟ କରିଛି କ୍ରାଇମବ୍ରାଂଚ । ଯେଉଁଥିପାଇଁ ପୁଞ୍ଜିଲାଲ ସହ ୧୨ରୁ ୧୩ଜଣ କ୍ରାଇମବ୍ରାଂଚ ଅଧିକାରୀ ଯାଇଛନ୍ତି । ତେବେ କ୍ରାଇମବ୍ରାଂଚ ଫୋକସରେ ରହିଛି ସେହି ଅଟୋ ଡ୍ରାଇଭର, ଯିଏ ପୁଞ୍ଜିଲାଲ ଦେଇଥିବା ପାର୍ସଲକୁ ସ୍କାଏକିଙ୍ଗ କୋରିଅର ସଂସ୍ଥାରେ ଦେଇଥିଲା । ପୁଞ୍ଜିଲାଲ ସହାୟତାରେ ତାକୁ ଠାବ କରିବାକୁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଂଚ ପୋଲିସ । ଗତକାଲି ପାଟଣାଗଡ ମେହେରପଡା ସ୍ଥିତ ପୁଂଜିଲାଲର ଘରେ ନିଜେ ଯାଂଚ କରିଥିଲେ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା । ଏହାପରେ କେନ୍ଦୁପତ୍ର ଡାକବଙ୍ଗଳାରେ ପହଂଚି ପୁଞ୍ଜିଲାଲକୁ ମାରାଥନ ଜେରା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe